ଭଗବତୀ ମନ୍ଦିର ପରିସରରେ ସଫେଇ ଓ ପଲିଥିନ ମୁକ୍ତ ଅଭିଯାନ
ସୁବର୍ଣ୍ଣପୁର : ସ୍ଥାନୀୟ ମା ଭଗବତୀ ମନ୍ଦିର ପରିସରରେ ଆଜି ସ୍ୱଚ୍ଛ ଭାରତ ସଂଗଠନ ସୋନପୁର – ମନମୁଣ୍ଡା ପକ୍ଷରୁ ଏକ ସଫେଇ ଓ ପଲିଥିନ ମୁକ୍ତ ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ସଭାପତି ଲଷ୍ମୀ ନାରାୟଣ ମେହେରଙ୍କ ପରାମର୍ଶ କ୍ରମେ ସଂଘ ଉପଦେଷ୍ଟା ଗରିବ ଲୋଇ, ଇନ୍ଦୁମତୀ ପୁରୋହିତଙ୍କ ତତ୍ୱାବଧାନରେ ମନୋରଞ୍ଜନ ତ୍ରିପାଠୀଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସଂଘ ର ଉଦ୍ୟୋକ୍ତା ସୟଦ ଅଳିମୁଲ ଇସଲାମ, ପ୍ରହଲ୍ଲାଦ ମିଶ୍ର, ରାମଚନ୍ଦ୍ର ଅଗ୍ରୱାଲା, ପ୍ରତାପ ଦାଶ, ଗଣେଶ ମିଶ୍ର, ପ୍ରମୋଦ ମହାରଣା, ଗୋପାଳ ମେହେର, ପ୍ରମୋଦ କୁମାର ସାହୁ, ଡା, ସରୋଜ ପଟେଲ, ତରଣୀ ମେହେର, ଅମର ଭୁତ, ସିମାଚଂଳ ହୋତା, ପ୍ରମୋଦ ମହାରଣା, ଜୟନ୍ତ ବେହେରା, କ୍ରିଷ୍ନା ମେହେର, ଅମର ଭୁତ, ତରଣୀ ମେହେର, ତ୍ରିଲୋଚନ ତରିଆ ପ୍ରମୁଖ ସ୍ୱଚ୍ଛ ଭାରତର ଅନେକ ସଭ୍ୟ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ମନ୍ଦିର ପରିସରରେ ଅଳିଆ ଆବର୍ଜନା ଓ ପଲିଥିନ ସଫେଇ କରି ଜନସାଧାରଣଙ୍କୁ ସଚେତନ କରାଇଥିଲେ।
