ଆଖି ଉପରେ ଜମା ହେଉଛି କି କୋଲେଷ୍ଟ୍ରଲ ! ତେବେ ଜାଣନ୍ତୁ ଏହାର ଲକ୍ଷଣ ଏବଂ କାରଣ
ଅନେକ ଲୋକଙ୍କ ଆଖି ଉପରେ କୋଲେଷ୍ଟ୍ରଲ ଜମା ହୋଇଯାଇଥିବାର ଦେଖିବାକୁ ମିଳିଥାଏ । ଆଖି ଉପରେ ଜମା ହୋଇଥିବା ଏହି କୋଲେଷ୍ଟ୍ରଲକୁ ଜାନ୍ଥିଲାସ୍ଥମା କୁହାଯାଇଥାଏ । ଏହା ଆଖି ପତା ଉପରେ ଏବଂ ତଳ ଭାଗରେ ଜମା ହୋଇଥାଏ । ଅନେକ ବିଶେଷଜ୍ଞଙ୍କ ମତରେ ହାଇ କୋଲେଷ୍ଟ୍ରଲ ଏବଂ ଲିଭର ସହ ଜଡିତ ସମସ୍ୟା ଯୋଗୁଁ ଜାନ୍ଥିଲାସ୍ଥମା ହୋଇପାରେ ।
ଏଥିରୁ ରକ୍ଷା ପାଇବା ପାଇଁ ଖାଦ୍ୟ-ପାନୀୟ ଉପରେ ଧ୍ୟାନ ଦେବା ଉଚିତ। କୋଲେଷ୍ଟ୍ରଲକୁ କମ୍ କରିବାରେ ବ୍ୟାୟାମ ଏବଂ ଡାଏଟର ବହୁ ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଥାଏ। ଏହାକୁ କମ କରିବା ପାଇଁ ଅନେକ ପ୍ରକାର ଖାଦ୍ୟ ପଦାର୍ଥକୁ ଭୋଜନରେ ସାମିଳ କରିପାରିବେ। କୋଲେଷ୍ଟ୍ରଲ ଏକ ଭାସଯୁକ୍ତ ତତ୍ତ୍ବ, ଯାହାକୁ ଲିଭର ଉତ୍ପାଦନ କରିଥାଏ। କୋଲେଷ୍ଟ୍ରଲ ସ୍ତର ନିୟନ୍ତ୍ରିତ କରିବା ପାଇଁ ମସଲା ଯୁକ୍ତ ଖାଦ୍ୟ ଅଳ୍ପ ମାତ୍ରାରେ ସେବନ କରିବା ଉଚିତ।
ଆଉ ଏହି କୋଲେଷ୍ଟ୍ରଲ କେବଳ ପେଟ କିମ୍ବା ଦେହ ନୁହେଁ ବରଂ ଆଖିରେ ମଧ୍ୟ ଲାଗିଥାଏ। ଆଖି ଉପରେ ଜମା ହୋଇଥିବା କୋଲେଷ୍ଟ୍ରଲକୁ ଜାନଥେଲାସ୍ମାତ କୁହାଯାଏ। ଏହି କୋଲେଷ୍ଟ୍ରଲ ଆଖିର ଉପର ଏବଂ ତଳ ଭାଗରେ ଦେଖାଯାଏ। ଅନେକ କୋଲେଷ୍ଟ୍ରଲ ଦାନା ଆଖିର ଆଖପାଖରେ ଏକାଠି ଦେଖାଯାଏ। ଅନେକ ବିଶେଷଜ୍ଞ କହିବାନୁଯାୟୁ, ହାଇ କୋଲେଷ୍ଟ୍ରଲ୍ ଏବଂ ଲିଭର୍ ସହ ଜଡିତ ସମ୍ବନ୍ଧୀୟ ସମସ୍ୟା ଯୋଗୁଁ ଜାନଥେଲାସ୍ମାତ ହୋଇପାରେ। ତେବେ ଆସନ୍ତୁ ଜାଣିବା ଏହାର ଲକ୍ଷଣ ଏବଂ କାରଣ ।
ଲକ୍ଷଣ :
ଆଖି ଉପରେ ଜମା ହୋଇଥିବା କୋଲେଷ୍ଟ୍ରଲ ନରମ, ସମତଳ, ହଳଦିଆ ରଙ୍ଗର ଦେଖାଯାଏ। ଏହା ଉପର ଏବଂ ତଳ ଆଖି ପତାରେ, ଆଖିର ଭିତର କୋଣ ନିକଟରେ ଦେଖାଯାଏ। ଏହା ବ୍ୟତୀତ ଏହା ଉଭୟ ଆଖିର ଚାରିପାଖରେ ବିକାଶ ହୋଇପାରେ।
କୋଲେଷ୍ଟ୍ରଲର ଏହି ଜମାଟ ଗୋଟିଏ ଆକାରରେ କିମ୍ବା ବିଭିନ୍ନ ଆକାରରେ ଦେଖାଯାଏ। ଧୀରେ ଧୀରେ, ଆଖି ଉପରେ ଥିବା କୋଲେଷ୍ଟ୍ରଲ ଜମାଟ ବଢିବାକୁ ଲାଗେ। ଏହି ଜମାଟଗୁଡିକ ବେଳେବେଳେ ଏକତ୍ର ହୋଇ ବଡ଼ ଗଣ୍ଠି ଗଠନ କରେ। ଜାନଥେଲାସ୍ମା ତ ସାଧାରଣତଃ ଯନ୍ତ୍ରଣାହୀନ ଏବଂ କୁଣ୍ଡେଇ ହୁଏ ନାହିଁ। ତଥାପି, ବେଳେବେଳେ ଏହା ଆଖିର ଗତି ଉପରେ ପ୍ରଭାବ ପକାଇପାରେ।
କାରଣ :
ଆଖି ଉପରେ କୋଲେଷ୍ଟ୍ରଲ ଜମା ହେବାର କାରଣ କ’ଣ? ଏ ବିଷୟରେ ସଠିକ୍ ଭାବରେ କିଛି କହିବା ସମ୍ଭବ ନୁହେଁ। ଏହା ଯେକୌଣସି ବୟସ ଏବଂ ଶ୍ରେଣୀର ଲୋକଙ୍କ ସହିତ ହୋଇପାରେ। ତେବେ ପୁରୁଷଙ୍କ ଅପେକ୍ଷା ମହିଳାମାନଙ୍କଠାରେ ଏହି ସମସ୍ୟା ଅଧିକ ଦେଖାଯାଏ।
କେତେକ ବିଶେଷଜ୍ଞ କହିବାନୁଯାୟୀ, ରକ୍ତରେ ଲିପିଡର ଅସ୍ୱାଭାବିକ ସ୍ତର ମଧ୍ୟ ଜାନଥେଲାସ୍ମାତର ଏକ ମୁଖ୍ୟ କାରଣ ହୋଇପାରେ। ଏହି ସମସ୍ୟା ଡିସଲିପିଡେମିଆ ଭାବରେ ଜଣାଶୁଣା।
