ଅରୁଣାଚଳ ପ୍ରଦେଶର ୧୫ଟି ସ୍ଥାନର ନାଁ ବଦଳିଲା ଚୀନ
ନୂଆଦିଲ୍ଲୀ : ଚୀନର ଆଉ ଏକ ଚାଲ୍ ପଦାକୁ ଆସିଛି। ଚୀନ୍ ସରକାର ଦ୍ବାରା ଅରୁଣାଚଳ ପ୍ରଦେଶର ୧୫ଟି ସ୍ଥାନର ନାଁ ପରିବର୍ତ୍ତନ କରାଯାଇଛି। ଚୀନ ଏହି ଅଞ୍ଚଳକୁ ଚୀନୀ ଅକ୍ଷର ଏବଂ ତିବତୀୟ ଓ ରୋମାନ ବର୍ଣ୍ଣମାଳା ଆଧାରରେ ଉଲ୍ଲେଖ କରିଛି। ଚୀନ ନଜରରେ ଅରୁଣାଚଳ ପ୍ରଦେଶ ତିବତର ଅଂଶବିଶେଷ ଏବଂ ଭାରତ ଏହାକୁ ବେଆଇନ ଭାବେ ଅତିକ୍ରମଣ କରି ରଖିଛି।
ସୀମାକୁ ନେଇ ବିବାଦ ଦେଖାଯାଇଥିବା ବେଳେ ଭାରତ ସରକାରଙ୍କ ତରଫରୁ ଏହାର କଡ଼ା ଜବାବ ଦିଆଯାଇଛି। ବିଦେଶ ମନ୍ତ୍ରାଳୟ ସ୍ପଷ୍ଟ ଭାବରେ କହିଦେଇଛି ଯେ, ଅରୁଣାଚଳ ପ୍ରଦେଶ ସବୁବେଳେ ଭାରତର ଅଭିନ୍ନ ଅଙ୍ଗ ହୋଇ ରହିଛି। ଏହା ଆଗାମୀ ଦିନରେ ମଧ୍ୟ ଭାରତର ହିଁ ରହିବ। ଭାରତ ସରକାର ଏହାରି ଉପରେ ଜୋର ଦେଇ କହିଛନ୍ତି ଯେ, ଏଭଳି ନାଁ ପରିବର୍ତ୍ତନ କରିବାରେ କିଛି ପ୍ରଭାବ ପଡ଼ିବ ନାହିଁ। ବିଦେଶ ମନ୍ତ୍ରାଳୟ ଅନୁସାରେ ଚୀନ ୨୦୧୭ରେ ମଧ୍ୟ ଏଭଳି ଦୁଃସାହସ କରିଥିଲା।
