ଚିଲିକା ମଝିରେ ଫସିଲା ଯାତ୍ରୀବାହୀ ଭସାପୋଲ
ବ୍ରହ୍ମଗିରି : ପୁରୀ ଜିଲା ବ୍ରହ୍ମଗିରି କୃଷ୍ଣପ୍ରସାଦ ବ୍ଲକ ଚିଲିକା ମଝିରେ ଫସିଲା ଯାତ୍ରୀବାହୀ ଭସାପୋଲ। ଘନ କୁହୁଡି ଯୋଗୁଁ ଭସାପୋଲଟି ଫସିରହିଥିବା ଜଣାପଡ଼ିଛି ।
ସୋମବାର ସକାଳ ପ୍ରାୟ ୭ଟା ୩୦ ମିନିଟ୍ରେ ଯାତ୍ରୀମାନଙ୍କୁ ନେଇ ଜହ୍ନିକୁଦା ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା । କିଛି ବାଟ ଯିବା ପରେ ଭସାପୋଲଟି ପାଣି ମଝିରେ ଫସିରହିଛି । ଭସାପୋଲ ଉପରେ ୪୦ରୁ ଉର୍ଦ୍ଧ୍ବ ଯାତ୍ରୀ ୧୫ଟି ବାଇକ ଏବଂ ଗୋଟିଏ ଅଟୋ ରହିଛି । ଭସାପୋଲ ପ୍ରାୟ ୫୦ ମିନିଟ୍ ହେବ ଚିଲିକା ମଝିରେ ଫସିରହିଛି । ଭସାପୋଲ ଚ୍ୟାନେଲରୁ ଅନ୍ୟତ୍ର ଚାଲିଯିବା ଫଳରେ ମଝି ଚିଲିକାରେ ଫସି ରହିଛି ।
