ଶୃଙ୍ଖଳିତ ରଥଯାତ୍ରା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ଵ, ୧୫ ସୁଦ୍ଧା ଖୋଲିବ ପରିକ୍ରମା ମାର୍ଗ
ଭୁବନେଶ୍ୱର/ପୁରୀ : ଶୃଙ୍ଖଳିତ ରଥଯାତ୍ରା ଉପରେ ଗୁରୁତ୍ବାରୋପ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରଥଯାତ୍ରା ସୁରୁଖୁରୁରେ ଶେଷ କରିବା ଆମ ଦାୟିତ୍ୱ ବୋଲି ଶେଷ ସମନ୍ବୟ ବୈଠକରେ ଭର୍ଚୁଆଲରେ ସାମିଲ ହୋଇ ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ କହିଛନ୍ତି।
ସେ କହିଛନ୍ତି ଯେ, ଭକ୍ତମାନେ ଯେପରି ପୁରୀରୁ ଭଲ ଅନୁଭୂତି ନେଇ ଫେରିବେ, ସେ ଉପରେ ଦୃଷ୍ଟି ଦେବା ଦରକାର ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ମହାପ୍ରଭୁଙ୍କ ଆଶୀର୍ବାଦ ଆମ ସମସ୍ତଙ୍କ ଉପରେ ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସମସ୍ତଙ୍କ ସେବା ଓ ସମର୍ପଣ ମନୋଭାବ ଏହାକୁ ସଫଳ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ରଥଯାତ୍ରା ପୂର୍ବରୁ ଶେଷ ସମନ୍ବୟ ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସମେତ ବିଭିନ୍ନ ବିଭାଗର ପ୍ରତିନିଧି ଯୋଗ ଦେଇଥିଲେ। ରଥଯାତ୍ରା ସୂଚାରୁ ରୂପେ ଆୟୋଜନ ପାଇଁ ସବୁ ବିଭାଗ ମିଳିତ ଭାବେ କାର୍ଯ୍ୟ କରୁଛନ୍ତି ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ ସୂଚନା ଦେଇଛନ୍ତି। ୧୫ ତାରିଖ ସୁଦ୍ଧା ପରିକ୍ରମା ମାର୍ଗ ଖୋଲିବ ବୋଲି ସେ କହିଛନ୍ତି।
ରଥଯାତ୍ରା ସୁରୁଖୁରରେ କରିବା ଆମ ଦାୟିତ୍ୱ ବୋଲି ଆୟୋଜିତ ଶେଷ ସମନ୍ବୟ କମିଟି ବୈଠକରେ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଦେଶ ବିଦେଶରୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଉପସ୍ଥିତି ରହିବେ। ବାହାରୁ ଆସୁଥିବା ଭକ୍ତମାନେ ଯେପରି ଭଲ ଅନୁଭୁତି ନେଇ ଫେରିବେ ତାହା ଉପରେ ଦୃଷ୍ଟି ଦେବା ଦରକାର। ସମସ୍ତଙ୍କ ସେବା ଓ ସମର୍ପଣ ମନୋଭାବ ଏହାକୁ ସଫଳ କରିବ। ମହାପ୍ରଭୁଙ୍କ ଆଶୀର୍ବାଦ ସବୁବେଳେ ରହିଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି। ମିଳିତ ସହଯୋଗରେ ସୁଚାରୁ ରୂପେ ରଥଯାତ୍ରା ଆୟୋଜନ ଉପରେ ଗୁରୁତ୍ୱ ଦିଆଯାଉଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଂଜନ ଦାଶ କହିଛନ୍ତି। ଠିକ୍ ସମୟରେ ନୀତିକାନ୍ତି ସାରିବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି। ୧୫ ତାରିଖ ସୁଦ୍ଧା ପରିକ୍ରମା ମାର୍ଗ ଖୋଲିବ। ରଥଯାତ୍ରା ନେଇ ସବୁ ପ୍ରସ୍ତୁତି ସରିଛି, ତେଣୁ ମନରୁ ଦ୍ୱନ୍ଦ୍ୱ ଦୂର କରିଦେବା ଦରକାର ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି। ଶେଷ ସମନ୍ବୟ କମିଟି ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ସମେତ ଆଇନ ମନ୍ତ୍ରୀ, ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ, ଶକ୍ତି ମନ୍ତ୍ରୀ, ଗୃହ ରାଷ୍ଟ୍ର ମନ୍ତ୍ରୀ, ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଯୋଗଦେଇଥିଲେ। ବୈଠକରେ ପୋଲିସ ଡିଜି, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଆଇନଶୃଙ୍ଖଳା ଏଡିଜିଙ୍କ ସମେତ ବରିଷ୍ଠ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ ।
