ବାଲେଶ୍ୱର ପୌରାଞ୍ଚଳରେ ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ
- ଶୁଭେଚ୍ଛା ଜଣାଇଲେ ବିଧାୟକ ଓ କ୍ରୀଡ଼ାବିତ
ବାଲେଶ୍ୱର : ବାଲେଶ୍ୱର ପୌରାଞ୍ଚଳରେ ଏକ “ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡ଼ିୟମ” ପାଇଁ କ୍ୟାବିନେଟ ଅନୁମୋଦନ କରିଛନ୍ତି । ଏଥିପାଇଁ ପୌରାଞ୍ଚଳବାସୀଙ୍କ ତରଫରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସ୍ଥାନୀୟ କଳିଙ୍ଗ ହୋଟେଲରେ ବିଶିଷ୍ଠ କ୍ରୀଡ଼ାବିତ ମାନଙ୍କୁ ନେଇ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଆନ୍ତରିକ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ବାଲେଶ୍ୱର ବିଧାୟକ ସ୍ୱରୂପ କୁମାର ଦାସ ।l ଏହି ଷ୍ଟାଡିୟମ ହେବା ଦ୍ୱାରା ବାଲେଶ୍ୱରର ଉଦୀୟମାନ କ୍ରୀଡ଼ା ପ୍ରତିଭା ମାନେ ପ୍ରୋତ୍ସାହିତ ହେବା ସହ ଉପଯୁକ୍ତ ସୁଯୋଗ ପାଇବା ସହ ନିଜ ପ୍ରତିଭାର ଉପଯୁକ୍ତ ବିକାଶ ଏବଂ ଦକ୍ଷତା ମୁତାବକ ପ୍ରଦର୍ଶନ କରିପାରିବେ ।
ପୂର୍ବରୁ ଗତ ଜୁନ ୧୮ ତାରିଖରେ ବାଲେଶ୍ୱରରେ ଏକ ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମ ନିର୍ମାଣ ପାଇଁ ସଦର ବିଧାୟକ ଶ୍ରୀ ଦାସଙ୍କ ମାଧ୍ୟମରେ କ୍ରୀଡ଼ାବିତ, ବୁଦ୍ଧିଜୀବୀ ଏବଂ ସମାଜସେବୀ ମାନଙ୍କ ଦ୍ୱାରା ଏକ ନିବେଦନ ପତ୍ର ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଥିଲା । ଆଜି ତାହା କ୍ୟାବିନେଟ ମଞ୍ଜୁର ହୋଇଥିବାରୁ ବିଭିନ୍ନ ମହଲରୁ ମାନ୍ୟବର ମୁଖମନ୍ତ୍ରୀଙ୍କୁ ଶୁଭେଚ୍ଛାର ସୁଅ ଛୁଟିବା ସହ ଆଗାମୀ ଦିନରେ ଯୁବକଯୁବତୀ, ଛାତ୍ରଛାତ୍ରୀ ଏବଂ ପ୍ରତିଭାଧାରୀ କ୍ରୀଡ଼ାବିତମାନେ ସେମାନଙ୍କର କ୍ରୀଡ଼ାନୈପୁଣ୍ୟ ପ୍ରଦର୍ଶନ କରିବା ପାଇଁ ଉପଯୁକ୍ତ ସୁଯୋଗ ପାଇ ପାରିବେ l କାର୍ଯ୍ୟକ୍ରମରେ ଇଣ୍ଡିଆନ ଅଲମ୍ପିକ ର କାର୍ଯ୍ୟକାରୀ ସଦସ୍ୟ ତଥା ଓଡ଼ିଶା ବକ୍ସିଙ୍ଗ ଆସୋସିଏସନର ସଭାପତି ଅଦିପ ଦାସ, ଜାତୀୟ ଖେଳାଳି ତଥା ବାଲେଶ୍ୱର ଆଥଲେଟିକ ଆସସିଏସନ ର ସାଧାରଣ ସମ୍ପାଦକ ଅଭୟ ମହାପାତ୍ର, ଅବସରପ୍ରାପ୍ତ ଇଂରାଜୀ ପ୍ରଫେସର ଅଞ୍ଜନ କୁମାର ଦାସ, ପୂର୍ବତନ ନଗରପାଳ ଆଲୋକ ସାହୁ, ଉପନଗରପାଳ ମନୋଜ ରାଉତ, ଓଡ଼ିଶା କବାଡି ଆସୋସିଏସନ ର ଉପ ସଭାପତି ବୀରେନ୍ଦ୍ର ସ୍ୱାଇଁ, ଜାତୀୟ ବ୍ୟାଡ଼ମିନଟନ ଖେଳାଳି ଜୟ ପ୍ରକାଶ ସିଂ, ନେସନାଲ ବୋଡିବିଲଡିଂ ପ୍ଲେୟାର ଏସ.କେ ମୁସ୍ତାକ, ବ୍ଲକ ଚେୟାରମ୍ୟାନ ନାରାୟଣ ପ୍ରଧାନ, ବ୍ଲକ ବିଜେଡ଼ି ସଭାପତି ବସନ୍ତ ପଣ୍ଡା, ମିନା ମହାନ୍ତି, କୈଲାସ ଦାସ, କୈଲାସ ସେଠି, ବିଶ୍ୱଜିତ ମହାପାତ୍ର, ପ୍ରଣବ ପଣ୍ଡା କୁଶଳ ଚାଟାର୍ଜୀ, ଶକ୍ତିପଦ ରାୟ ପ୍ରମୁଖ ଉପସ୍ଥିତ ଥିଲେ l
