ଛତିଶଗଡ କଂଗ୍ରେସର କଳି : ଆସନ୍ତାକାଲି ରାହୁଲଙ୍କୁ ଭେଟିବେ ମୁଖ୍ୟମନ୍ତ୍ରୀ ଏବଂ ସ୍ୱାସ୍ଥ୍ୟମନ୍ତ୍ରୀ
ନୂଆଦିଲ୍ଲୀ : କଂଗ୍ରେସର କଳି ବଢ଼ିବାରେ ଲାଗିଛି । ପଞ୍ଜାବ ପରେ ଏବେ ଛତିଶଗଡ କଂଗ୍ରେସର କଳି ଦେଖିବାକୁ ମିଳିଛି । ଏନେଇ ଛତିଶଗଡ କଂଗ୍ରେସର ଦାୟିତ୍ୱରେ ଥିବା ପିଏଲ ପୁନିଆଙ୍କ ସହ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ଏବଂ ସ୍ୱାସ୍ଥ୍ୟମନ୍ତ୍ରୀ ଟି.ଏସ୍ ସିଂହଦେଓ ମଙ୍ଗଳବାର ଦିଲ୍ଲୀ ଗସ୍ତରେ ଯାଏ ରାହୁଲ ଗାନ୍ଧୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ଚର୍ଚ୍ଚା ମୁତାବକ ଅଢେଇ ବର୍ଷ ପରେ ମଧ୍ୟ ମୁଖ୍ୟମନ୍ତ୍ରୀ ହୋଇ ନ ଥିବାରୁ ଟି.ଏସ୍ ସିଂହଦେଓ ନାରାଜ ଅଛନ୍ତି ।
ସୂଚନା ଯେ, ଗତମାସ କଂଗ୍ରେସ ବିଧାୟକ ବୃହସ୍ପତି ସିଂଙ୍କ ସହ ୧୮ ଜଣ ବିଧାୟକ ସ୍ୱାସ୍ଥ୍ୟମନ୍ତ୍ରୀ ଟି.ଏସ୍ ସିଂହଦେଓଙ୍କ ନାମରେ ସଙ୍ଗୀନ ଅଭିଯୋଗ ଆଣିଥିଲେ । ଟି.ଏସ୍ ସିଂହଦେଓ ତାଙ୍କୁ ହତ୍ୟା କରିବାକୁ ଷଡଯନ୍ତ୍ର କରିଥିବାର କଂଗ୍ରେସ ବିଧାୟକ କହିଥିଲେ । ସେ ଯେବେଠାରୁ ସେ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲଙ୍କୁ ପ୍ରଶଂସା କରୁଛନ୍ତି ସେବେଠାରୁ ସେ ସ୍ୱାସ୍ଥ୍ୟମନ୍ତ୍ରୀ ଟି.ଏସ୍ ସିଂହଦେଓଙ୍କ ଟାର୍ଗେଟରେ ଅଛନ୍ତି। ସେହିପରି ତାଙ୍କ କାର ଉପରେ ଆକ୍ରମଣ କରାଯାଇଥିଲା ଓ ସ୍ୱାସ୍ଥ୍ୟମନ୍ତ୍ରୀ ଟି.ଏସ୍ ସିଂହଦେଓ ତାଙ୍କୁ ଏବଂ ୪-୫ ଜଣ ବିଧାୟକଙ୍କୁ ଆସନ ପାଇବା ପାଇଁ ହତ୍ୟା କରିବାର ଯୋଜନା କରିଥିଲେ ।
