ମାଛ ଓ ପନିପରିବାରେ ବ୍ୟବହାର ହେଉଛି କେମିକାଲ୍, କାର୍ଯ୍ୟାନୁଷ୍ଠାନ ପାଇଁ ଜିଲା ପ୍ରଶାସନକୁ ଅନୁରୋଧ
ବାଲେଶ୍ୱର : ବାଲେଶ୍ୱର ଜିଲାର ମୁଖ୍ୟତଃ ସହରାଞ୍ଚଳରେ କେତେକ ଔଷଧ ଦୋକାନୀ ଏକ୍ସପାରୀ ଓ ନକଲି ଔଷଧ ବିକ୍ରି କରୁଛନ୍ତି । କେତେକ ବ୍ୟବସାୟୀମାନେ ପରିବା ଓ ମାଛକୁ ସତେଜ ରଖିବା ପାଇଁ ନିୟମିତ କେମିକାଲ୍ ବ୍ୟବହାର କରୁଛନ୍ତି । ଯାହାକି ଜନସାଧାରଣଙ୍କ ସ୍ୱାସ୍ଥ୍ୟପ୍ରତି ବହୁ କ୍ଷତିକାରକ । ତେଣୁ ଡ୍ରଗ୍ ଇନ୍ସପେକ୍ଟର ଓ ପୌରାଞ୍ଚଳରେ ହେଲ୍ଥ ଅଫିସରମାନେ ସମ୍ପକ୍ତ ବ୍ୟବସାୟୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଆମ୍ବେଦକର ବିକାଶ ପରିଷଦ ପକ୍ଷରୁ ସଭାପତି ସୁଦର୍ଶନ ଜେନା ଏକ ଲିଖିତ ଚିଠିରେ ଜିଲା ପ୍ରଶାସନକୁ ଅନୁରୋଧ କରିଛନ୍ତି ।
