ଆଜିଠୁ ଚାରିଧାମ ଯାତ୍ରା, କୋଭିଡ ରିପୋର୍ଟ ବାଧ୍ୟତାମୂଳକ
ନୂଆଦିଲ୍ଲୀ : ଆଜିଠାରୁ ଆରମ୍ଭ ହେବ ଚାରିଧାମ ଯାତ୍ରା। ଏଥିପାଇଁ ଶ୍ରଦ୍ଧାଳୁଙ୍କୁ ୭୨ ଘଣ୍ଟା ଭିତରର କୋଭିଡ ରିପୋର୍ଟ ସାଥୀରେ ଆଣିବାକୁ ପରାମର୍ଶ ଦିଆଯାଇଛି। ଏନେଇ ଉତ୍ତରାଖଣ୍ଡ ରାଜ୍ୟ ସରକାର ଗାଇଡଲାଇନ ଜାରି କରିଛନ୍ତି। ଚାରିଧାମ ମଧ୍ୟରୁ କେଦରାନାଥକୁ ପ୍ରତିଦିନ ୮୦୦ ଜଣ, ବଦ୍ରିନାଥକୁ ୧୨୦୦, ଗଙ୍ଗୋତ୍ରୀକୁ ୬୦୦ ଓ ଯମୁନୋତ୍ରକୁ ୪୦୦ ଯାତ୍ରୀ ଦର୍ଶନ ଅନୁମତି ମିଳିବ । ଏଥିସହିତ ଯାତ୍ରୀଙ୍କୁ ମନ୍ଦିର ଆଖପାଖରେ ଥିବା ଝରଣାରେ ସ୍ନାନ କରିବାକୁ ମନା । ଚାରିଧାମ ଯାତ୍ରା ଉପରେ ନିର୍ଭର କରି ପରିବାର ପ୍ରତିପୋଷଣ କରୁଥିବା ଲୋକଙ୍କ ଜୀବନ ଜୀବିକାକୁ ଦୃଷ୍ଟିରେ ରଖି କୋର୍ଟ ଯାତ୍ରା ଆରମ୍ଭ କରିବାକୁ ଅନୁମତି ଦେଇଛନ୍ତି ।
ଚାରିଧାମ କରିବାକୁ ଆଗ୍ରହ ରଖିଥିବା ଶ୍ରଦ୍ଧାଳୁମାନେ ସେମାନଙ୍କର ନାମ ପଂଜିକରଣ କରିବା ଏବଂ ଇ-ପାସ ବାଧ୍ୟତାମୂଳକ ଭାବେ ପାଖରେ ରଖିବେ। ସେହିଭଳି ୭୨ ଘଣ୍ଟା ମଧ୍ୟରେ କୋଭିଡ ନେକେଟିଭ ରିପୋର୍ଟ ଅଥବା କରୋନା ଟିକାର ୨ଟି ଡୋଜ ନେଇଥିବାର ରିପୋର୍ଟ ଦେଖାଇବେ। ବିଶେଷ ଭାବରେ କେରଳ, ମହାରାଷ୍ଟ୍ର ଓ ଆନ୍ଧ୍ରପ୍ରଦେଶର ଶ୍ରଦ୍ଧାଳୁଙ୍କୁ କୋଭିଡ-୧୯ର ନେଗେଟିଭ ରିପୋର୍ଟ ଦେଖାଇବାକୁ ହେବ। ଏହା ୭୨ ଘଣ୍ଟା ଭିତର ହୋଇଥିବା ଦରକାର। ଅନ୍ୟପଟରେ ଶ୍ରଦ୍ଧାଳୁମାନେ ପବିତ୍ର କୁଣ୍ଡରେ ବୁଡ଼ ପକାଇପାରିବେ ନାହିଁ। ଯାତ୍ରୀମାନଙ୍କ ରାସ୍ତାରେ କଡ଼ାକଡ଼ି ଯାଂଚ ହେବ।
