ଶନିବାର ଦିନ ଜପ କରନ୍ତୁ ଏହି ୫ ପ୍ରକାରର ମନ୍ତ୍ର, ଶନିଦେବଙ୍କ କୃପା ସହ ପୂରଣ ହେବ ମନୋସ୍କାମନା
ଶନିବାର ଦିନ ଶନିଦେବଙ୍କର ପୂଜା ଅର୍ଚନା କରାଯାଇଥାଏ ଯାହା ଦ୍ୱାରା ସନିଦେବ ଙ୍କର କ୍ରୋଧ ଶାନ୍ତ ହୋଇଯାଇଥାଏ ଓ ତାଙ୍କର କୃପା ଦୃଷ୍ଟି ଯେଉଁ ବ୍ୟକ୍ତି ଉପରେ ରହିଥାଏ । ସେହି ବ୍ୟକ୍ତି ବିଶେଷ ଭାଗ୍ୟଶାଲୀ ହେଇଥାନ୍ତି । ଯଦି ଆପଣ ଶନିବାର ଦିନ ଶନିଦେବଙ୍କର ଏହି ଉପାୟକୁ ଆପଣେଇବେ ତେବେ ବିଶେଷ ଶୁଭ ଫଳ ପ୍ରାପ୍ତି କରିବେ ।
ଶନିଦେବ ଏକମାତ୍ର ଏଭଳି ଦେବତା, ଯାହାଙ୍କୁ ପ୍ରାୟତଃ ଲୋକମାନେ ଭୟ କରିଥାନ୍ତି। ବିଶେଷ ରୂପେ ଧରିତ୍ରୀବାସୀ କୌଣସି ଦେବା-ଦେବୀଙ୍କ ପୂଜା କରନ୍ତୁ ବା ନକରନ୍ତୁ କିନ୍ତୁ ଶନିବାର ଦିନ ଶନି ମନ୍ଦିର ଯିବା ପାଇଁ କେବେ ଭୁଲି ନଥାନ୍ତି। ଶନି ଭଗବାନ ଦାନ ନେଉଥିବା ଲୋକଙ୍କ ଶଦ୍ଦ ଶୁଣିବା ମାତ୍ରେ ହିଁ ସବୁ ବର୍ଗର ଲୋକମାନେ ଯେଉଁ କାମ କରୁଥିଲେ ବି ଦାନ ଦେବା ପାଇଁ ପହଞ୍ଚି ଯାଇଥାନ୍ତି। କାରଣ ଯଦି କୌଣସି ବ୍ୟକ୍ତିଙ୍କ ଶନିଦେବଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ ତେବେ ସେହି ବ୍ୟକ୍ତିଙ୍କ ଜୀବନରେ ଉନ୍ନତି ହୋଇଥାଏ।
ବିଦ୍ୱାନଙ୍କ କହିବାନୁଯାୟୀ ଶନି ଭଗବାନଙ୍କର ଏପରି ୫ଟି ମନ୍ତ୍ର ରହିଛି , ଯେଉଁ ମନ୍ତ୍ର ଜପ କରିବା ଦ୍ୱାରା ଶନି ଦେବ ସର୍ବଦା ଶାନ୍ତି ରହିଥାନ୍ତି।
୧. ଓଁ ଶ୍ରୀ ଶନିଦେବାୟଃ ନମଃ
ଓଁ ଶ୍ରୀ ଶନିଦେବାୟଃଶାନ୍ତି ଭବଃ
ଓଁ ଶ୍ରୀ ଶନିଦେବାୟଃ ଶୁଭମ୍ ଫଲଃ
ଓଁ ଶ୍ରୀ ଶନି ଦେବାୟଃ ଫଲଃ ପ୍ରାପ୍ତି ଫଲଃ
୨. ନିଲାଞ୍ଜନ ସମଭାଷଂ ରବିପୁତ୍ରଂ ଯମାଗ୍ରଜଂ
ଛାୟା ମାର୍ତପ୍ତ ସଂମ୍ଭୁତଂ ତଂନମାମି ଶନୈଶ୍ଚରଂ
୩. ଓଁ ପ୍ରାଁ ପ୍ରୀଂ ପ୍ରୌ ସଃ ଶନୈଶ୍ଚରାୟ ନମଃ
୪. ଓଁ କାକ ଓ୍ଵଜାୟ ବିଦ୍ମହେ ଗଡ୍ଗ ହସ୍ତାୟ ଧିମହି
ତନ୍ନୋ ମନ୍ଦଃ ପ୍ରଚୋଦୟାତ୍
୫. ଓଁ ଶଂ ଶନୈଶ୍ଚରାୟ ନମଃ।
ଶନି ଦେବଙ୍କୁ ପ୍ରିୟ କଳା ରଙ୍ଗ :
ଶନି ଭଗବାନଙ୍କ କୃପା ଇଚ୍ଛା ରଖିଥିବା ପ୍ରତ୍ୟେକ ବ୍ୟକ୍ତି ଶନିବାର ଦିନ କଳା ରଙ୍ଗର କପଡା ପିନ୍ଧିବା ଉଚିତଏବଂ ମଥାରେ କଳା ରଙ୍ଗର ତିଳକ ଲଗାନ୍ତୁ। ଏହାବ୍ୟତୀତ ଯଦି ସମ୍ଭବ ହୋଇପାରେ ତେବେ ସ୍ନାନ ସମୟରେ ପାଣିରେ ଅଳ୍ପ କିଛି ରଙ୍ଗର ତେଲ ପକାଇ ସ୍ନାନ କରନ୍ତୁ। କିଛି ଲୋକମାନେ ମଧ୍ୟ ଶନିବାର ଦିନ ଅନ୍ୟତ୍ର ସ୍ଥାନକୁ ଯାତ୍ରାକୁ କରିବା ପାଇଁ ପସନ୍ଦ କରିନଥାନ୍ତି।
ଏଥିପ୍ରତି ବିଶେଷ ଯତ୍ନ ଦିଅନ୍ତୁ :
ବୃଦ୍ଧ, ଦୁର୍ବଳ ଏବଂ ପରିଶ୍ରମୀ ବ୍ୟକ୍ତିଙ୍କୁ ଅପମାନ କରନ୍ତୁ ନାହିଁ।
ପଶୁ ଓ ପକ୍ଷୀମାନଙ୍କର କ୍ଷତି କରନ୍ତୁ ନାହିଁ। ସେମାନଙ୍କୁ ସୁରକ୍ଷା ଏବଂ ସେବା କରନ୍ତୁ।
ଆପଣ ଗରିବ ଲୋକଙ୍କୁ ଶସ୍ୟ, କଳା କମ୍ବଳ ଇତ୍ୟାଦି ଦାନ କରିପାରିବେ।
କୁଷ୍ଠ ରୋଗୀଙ୍କୁ ସେବା କରନ୍ତୁ।
ଭୁଲ କାମ କରନ୍ତୁ ନାହିଁ।
