ଚଳିତବର୍ଷ ଏଲ୍ ନିନୋ ପ୍ରଭାବର ସମ୍ଭାବନା, ତାପମାତ୍ରା ଅଧିକ ସହ କମିବ ବର୍ଷା
ଭୁବନେଶ୍ୱର : ରାଜ୍ୟରେ ଫେବୃୟାରୀ ମାସରୁ ତାପମାତ୍ରା ସ୍ଵାଭାବିକ ଠାରୁ ଅଧିକ ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ବୈଜ୍ଞାନିକ କହିଛନ୍ତି । ପଶ୍ଚିମ ଝଡ଼ ପ୍ରଭାବ ବିଶେଷ ନଥିବାରୁ ନଭେମ୍ବରରୁ ବର୍ଷା ହୋଇ ନାହିଁ । ଶୀତ ଦିନିଆ ବର୍ଷା ନଥିବାରୁ ଏହାର ପ୍ରଭାବ ତାପମାତ୍ରା ଉପରେ ପଡ଼ିଛି । ଜଳବାୟୁ ଶୁଷ୍କ ଥିବାରୁ ଜଙ୍ଗଲରେ ନିଆଁ ଲାଗୁଛି । ଏହା ସହ ଜଳବାୟୁରେ ଆଦ୍ରତା କମ ଥିବାରୁ ଦିନ ତାପମାତ୍ରା ବୃଦ୍ଧି ସହ ରାତିରେ ମଧ୍ୟ କିଛି ସ୍ଥାନରେ ତାପମାତ୍ରା କମ ରହିଛି । ଯାହା ପ୍ରଭାବରେ କିଛି ସ୍ଥାନରେ ଶୀତ ଅନୁଭୂତି ହେଉଛି ।
ଚଳିତବର୍ଷ ଏଲ୍ ନିନୋର ପ୍ରଭାବ ମଧ୍ୟ ପଡ଼ିବାର ସମ୍ଭାବନା ରହିଛି । ଗତ ୩ ବର୍ଷ ହେବ ଲା ଲିନା ଥିବାରୁ ଚଳିତବର୍ଷ ଏଲ ନିନୋ ପ୍ରଭାବ ପଡିବାର ସମ୍ଭାବନା ରହିଛି । ଏହା ହେଲେ ଚଳିତବର୍ଷ ତାପମାତ୍ରା ଅଧିକ ରହିବା ସହ ମୌସୁମୀରେ ବର୍ଷାର ମାତ୍ରା ମଧ୍ୟ କମିବାର ସମ୍ଭାବନା ରହିଛି ।
