୫ ବର୍ଷକୁ ବୃଦ୍ଧି ହେଲା ଇଡ଼ି ଓ ସିବିଆଇ ନିର୍ଦ୍ଦେଶକଙ୍କ କାର୍ଯ୍ୟକାଳ !
କେନ୍ଦ୍ରୀୟ ଭିଜିଲାନ୍ସ ଆୟୋଗ ସଂଶୋଧନ ବିଲ ରାଜ୍ୟସଭାରେ ପାରିତ
ନୂଆଦିଲ୍ଲୀ : କେନ୍ଦ୍ରୀୟ ଭିଜିଲାନ୍ସ ଆୟୋଗ ସଂଶୋଧନ ବିଲ ରାଜ୍ୟସଭାରେ ପାରିତ ହୋଇଛି । ଏହି ବିଲରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା, ସିବିଆଇ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ନିର୍ଦ୍ଦେଶକଙ୍କ କାର୍ଯ୍ୟକାଳ ୨ ବର୍ଷରୁ ୫ ବର୍ଷକୁ ବୃଦ୍ଧି କରିବାର ପ୍ରବଧାନ ରହିଛି । ୨୦୦୩ରେ ଆସିଥିବା ଏହି ଆଇନରେ ଏହି ସଂଶୋଧନ ଆଣିଛନ୍ତି କେନ୍ଦ୍ର ସରକାର ।
ବର୍ତ୍ତମାନ ଏହି ଦୁଇ ସର୍ବୋଚ୍ଚ ତଦନ୍ତକାରୀ ସଂସ୍ଥାର ନିର୍ଦ୍ଦେଶକଙ୍କ କାର୍ଯ୍ୟକାଳ ମାତ୍ର ୨ ବର୍ଷ ଥିବାବେଳେ ସଂଶୋଧିତ ଆଇନରେ ଏହାକୁ ୫ ବର୍ଷକୁ ବୃଦ୍ଧି କରାଯିବ । ତେବେ ପୂର୍ବରୁ ଏହାକୁ ନେଇ ନଭେମ୍ବର ୧୪ ତାରିଖରେ କେନ୍ଦ୍ର ସରକାର ଏକ ଅଧ୍ୟାଦେଶ ମଧ୍ୟ ଆଣିସାରିଛନ୍ତି । ତେବେ ଏହି ବିଲ ରାଜ୍ୟସଭାରେ ଆଗତ ହୋଇଥିବା ବେଳେ ୧୨ ସାଂସଦଙ୍କ ନିଲମ୍ବନ ପ୍ରତ୍ୟାହାର ଦାବି କରି କକ୍ଷ ତ୍ୟାଗ କରିଥିଲେ ବିରୋଧୀ ସଦସ୍ୟ । ଏହାରି ମଧ୍ୟରେ କେବଳ ମୌଖିକ ଭୋଟିଂ ଜରିଆରେ ଏହି ବିଲ ରାଜ୍ୟସଭାରେ ପାରିତ ହୋଇଛି । ପୂର୍ବରୁ ମଧ୍ୟ ଗତ ୯ ତାରିଖରେ ଏହି ବିଲରେ ଲୋକସଭାରେ ପାରିତ ହୋଇ ସାରିଛି । ବିଲ ସଂଶୋଧିତ ବିଲ ସମ୍ପର୍କରେ ଗୃହରେ ବବୃତ୍ତି ରଖଥିଲେ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ । ଏହାକୁ ବିଜେଡି ମଧ୍ୟ ସମର୍ଥନ କରିଥିଲା ।
