ବାତ୍ୟା ‘ଜୱାଦ’ କ୍ଷୟକ୍ଷତି ଆକଳନ ପାଇଁ କେନ୍ଦ୍ରୀୟ ଟିମ୍ର କ୍ଷେତ୍ର ପରିଦର୍ଶନ
ଭୁବନେଶ୍ୱର : ବାତ୍ୟା ଜୱାଦ କାରଣରୁ ରାଜ୍ୟରେ ହୋଇଥିବା କ୍ଷୟକ୍ଷତିର ଆକଳନ କରିବାକୁ ଓଡିଶାରେ ପହଂଚିଥିବା କେନ୍ଦ୍ରୀୟ ଟିମ ରବିବାର ଦିନ ପ୍ରଭାବିତ ଜିଲ୍ଲା ପରିଦର୍ଶନ କରି କ୍ଷୟ କ୍ଷତି ସମ୍ପର୍କରେ ଆକଳନ କରିଛନ୍ତି । ଏହି ସମୟରେ ଟିମର ସଦସ୍ୟ ମାନେ ବିଲକୁ ଯାଇ ଫସଲ ନଷ୍ଟ ହେବା ସମ୍ପର୍କରେ ନିଜେ ଦେଖିଛନ୍ତି ।
ଏହା ପୂର୍ବରୁ ଗୃହ ବିଭାଗର ଯୁଗ୍ମ ସଚିବ ସୌରଭ ରାୟଙ୍କ ନେତୃତ୍ୱରେ ଆସିଥିବା କେନ୍ଦ୍ରୀୟ ଟିମ ରାଜ୍ୟର ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ଓ ରାଜ୍ୟ ସରକାରଙ୍କ ଅନ୍ୟ ଅଧିକାରୀ ମାନଙ୍କ ସହ ଆଲୋଚନା କରିଛନ୍ତି । ଏହା ପରେ ଏହି କେନ୍ଦ୍ରୀୟ ଦଳର ସଦସ୍ୟ ମାନେ ବିଭିନ୍ନ ସମୂହରେ କଟକ, କେନ୍ଦ୍ରାପଡା, ଜଗତସିଂହପୁର ଓ ପୁରୀ ଜିଲ୍ଲା ଯାଇ ସେଠାରେ ହୋଇଥିବା କ୍ଷୟକ୍ଷତିକୁ ପ୍ରତ୍ୟକ୍ଷ ଭାବେ ଦେଖିଛନ୍ତି । ଏହି ଟିମର ନେତୃତ୍ୱ କରୁଥିବା ସୌରଭ ରାୟ କହିଛନ୍ତି ଯେ ଏଥିରେ ଫସଲକୁ ବ୍ୟାପକ କ୍ଷତି ହୋଇଥିବା ଜଣା ପଡୁଛି ।
