କୋଟିଆ ମାମଲାରେ ହସ୍ତକ୍ଷେପ କରନ୍ତୁ କେନ୍ଦ୍ର ସରକାର : ରାଜସ୍ୱ ମନ୍ତ୍ରୀ
ଭୁବନେଶ୍ୱର : କୋଟିଆ ମାମଲାରେ କେନ୍ଦ୍ର ହସ୍ତକ୍ଷେପ ଲୋଡ଼ିଛନ୍ତି ରାଜସ୍ୱ ମନ୍ତ୍ରୀ । କେନ୍ଦ୍ର ଉଭୟ ରାଜ୍ୟକୁ ଡାକି ଆଲୋଚନା କରୁ ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ । ସେ କହିଛନ୍ତି ସୁପ୍ରିମ୍ କୋର୍ଟ କେନ୍ଦ୍ର ସରକାରଙ୍କୁ ନୋଟିସ୍ ଦେଇଛନ୍ତି । ଉଭୟ ରାଜ୍ୟକୁ ଡାକି ଆଲୋଚନା କରି ସୀମା ନିର୍ଦ୍ଧାରଣ କରି କେନ୍ଦ୍ର ସରକାର ସମାଧାନ କରନ୍ତୁ । କେନ୍ଦ୍ରମନ୍ତ୍ରୀ ଯାଇ ଯଦି ଅନୁଭବ କରିଛନ୍ତି, ତେବେ କେନ୍ଦ୍ରକୁ କହି ବୈଠକ ଡାକନ୍ତୁ । ସେ ଆହୁରି କହିଛନ୍ତି କୋଟିଆରେ ରାଜ୍ୟ ସରକାର ବହୁ ବିକାଶ କରିଛନ୍ତି । ବିଜେପି ଯେଉଁ ରାସ୍ତାରେ କୋଟିଆ ଯାଇଥିଲା, ସେ ରାସ୍ତା ରାଜ୍ୟ ସରକାର କରିଛନ୍ତି । ସେଠି ରାସ୍ତା ହୋଇଛି , ସ୍କୁଲ , ଇଲେକ୍ଟ୍ରିସିଟି, ଡାକ୍ତରଖାନା, ଅଙ୍ଗନବାଡି ଯାହାବି ହୋଇଛିସବୁ ରାଜ୍ୟ ସରକାରଙ୍କ ପଇସାରେ ହୋଇଛି ।
