ଧାନ ସମେତ ୧୭ଟି ଫସଲର ଏମଏସପି ବୃଦ୍ଧି କଲେ କେନ୍ଦ୍ର ସରକାର
New Delhi, May 13 (ANI): Minister of State for Finance Anurag Thakur briefs the media on Economic package, in New Delhi on Wednesday. (ANI Photo)
ନୂଆଦିଲ୍ଲୀ: କେନ୍ଦ୍ର ସରକାର ୧୭ଟି ଫସଲ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍ଏସପି) ବୃଦ୍ଧି କରିଛନ୍ତି | ଖରିଫ ଫସଲର ଏମଏସପି ବୃଦ୍ଧି ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ କ୍ୟାବିନେଟ ବୈଠକରେ ମଞ୍ଜୁରି ମିଳିଛ। କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି।
ଠାକୁର କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ୧୪ ଖରିଫ ଫସଲ ସମେତ ୧୭ ଟି ଫସଲର ଏମଏସପି ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି। ୨୦୨୨-୨୩ ଫସଲ ବର୍ଷ ପାଇଁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ୱିଣ୍ଟାଲ ପିଛା ୧୦୦ ଟଙ୍କା ବୃଦ୍ଧି କରାଯାଇଛି ବୋଲି ସେ ସୂଚନା ଦେଇଛନ୍ତି। ସୂର୍ଯ୍ୟମୁଖୀର ଏମ୍ଏସପି ସର୍ବାଧିକ ୩୮୫ ଟଙ୍କା ବୃଦ୍ଧି କରାଯାଇଛି। କେନ୍ଦ୍ରମନ୍ତ୍ରୀଙ୍କ ସୂଚନା ଅନୁଯାୟୀ କପା ମଧ୍ୟମ ଫାଇବରର ଏମଏସପି ୩୫୪ ଟଙ୍କା ବୃଦ୍ଧି କରାଯାଇଛି। ସେହିପରି ସୋୟାବିନ ପାଇଁ ଏମ୍ଏସପି ୩୫୦ ଟଙ୍କା ବଢ଼ିଥିବା ବେଳେ ହରଡ଼ ଡାଲି, ବାଦାମ ଏବଂ ମୁଗଡାଲି ର ସହାୟକ ମୂଲ୍ୟ କ୍ୱିଣ୍ଟାଲ ପ୍ରତି ୩୦୦ ଟଙ୍କା ବୃଦ୍ଧି କରାଯାଇଛି | ଗତ ବର୍ଷ ତୁଳନାରେ ଏଥର ମକ୍କାର ଏମ୍ଏସପି ୯୨ ଟଙ୍କା ବଢ଼ିଛି | ମାଣ୍ଡିଆ ଉପରେ ସର୍ବନିମ୍ନ ସହାୟକ ମୂଲ୍ୟ ୨୦୧ ଟଙ୍କା ବୃଦ୍ଧି ହୋଇଛି | ସାଧାରଣ ଧାନ ଏବଂ ଗ୍ରେଡ୍-ଏ ଧାନ ଉପରେ ଏମ୍ଏସପି ୧୦୦ ଟଙ୍କା ବଢାଇଛନ୍ତି |
