ଡ୍ରଗ୍ସ କାରବାର ଏବଂ ଏହାର ରୋଜଗାର ପ୍ରସଙ୍ଗରେ କେନ୍ଦ୍ରର ଶୂନ୍ୟ ସହନଶୀଳନା ନୀତି : ଅମିତ ଶାହା
ନୂଆଦିଲ୍ଲୀ : କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ବୁଧବାର ଲୋକସଭାରେ କହିଛନ୍ତି ଯେ, ତାଙ୍କ ସରକାର ଡ୍ରଗ୍ସ କାରବାର ଏବଂଏହାର ରୋଜଗାରକୁ ନେଇ ଶୂନ୍ୟ ସହନଶୀଳତା ନୀତି ରହିଛି । ଭାରତକୁ ନିଶା ମୁକ୍ତ ରଖିବା ପାଇଁ ଆମେ କୌଣସି ପଥକୁ ଛାଡ଼ିବୁ ନାହିଁ । ସେ କହିଛନ୍ତି ଯେ, ଡ୍ରଗ୍ସ ବିରୁଦ୍ଧରେ ଲଢ଼େଇ ହେଉଛି ଉଭୟ କେନ୍ଦ୍ର ଏବଂ ରାଜ୍ୟ ଓ ଇଚ୍ଛାକୃତ ଫଳାଫଳ ପାଇଁ ବହୁମୁଖୀ ଉଦ୍ୟମ ଆବଶ୍ୟକ । ଆଜି ଲୋକସଭାରେ ନିୟମ ୧୯୩ ଅଧିନରେ ଡ୍ରଗ୍ସ ଅପବ୍ୟବହାର ଉପରେ ହୋଇଥିବା ଆଲୋଚନକୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଉତର ଦେଇଛନ୍ତି । ଗତକାଲି ଲୋକସଭାରେ ଆଲୋଚନା ଆରମ୍ଭ ହୋଇଥିଲା । ଶାହା କହିଛନ୍ତି ଯେ କେନ୍ଦ୍ର ସରକାର ଡ୍ରଗ୍ସ କାରବାରର ନେଟୱାର୍କକୁ ମୋପିଂ କରିଛନ୍ତି । ଅପରାଧି ଯେତେ ବଡ଼ ହେଉନା କାହିଁକି, ଆଗାମୀ ଦୁଇ ବର୍ଷ ମଧ୍ୟରେ ଏପରି ପରିସ୍ଥିତି ଆସିବ ଯେ ସେ ପଛରେ ରହିବେ ।
