ସ୍ୱତନ୍ତ୍ର ଉନ୍ନୟନ ପରିଷଦ, ମୟୂରଭଞ୍ଜ ତରଫରୁ ଆଦିବାସୀ ମହୋତ୍ସବ ପାଳନ
ମୟୂରଭଞ୍ଜ : ବାରିପଦାସ୍ଥିତ ସହିଦସ୍ମୃତି ଭବନଠାରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ, ମୟୂରଭଞ୍ଜ ତରଫରୁ ଆଦିବାସୀ ମହୋତ୍ସବ ପାଳନ କରାଯାଇଛି । ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଡ. ଦେବାଶିଷ ମାରାଣ୍ଡିଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ମୟୂରଭଞ୍ଜ ଜିଲ୍ଲାରେ ବସବାସ କରୁଥିବା ସାନ୍ତାଳ, ହୋ, ଭୁମିଜ, ମୁଣ୍ଡାରୀ, ଭୂୟାଁ, ଗଣ୍ଡ, ବାଥୁଡି, ଖଡିଆ, ମାଙ୍କଡିଆ, ମାହାଲି, ଲୋଧା ସମେତ ୧୩ ଗୋଟି ସମ୍ପ୍ରଦାୟର ସଦସ୍ୟମାନେ ଉକ୍ତ କାର୍ଯ୍ୟକ୍ରମରେ ଭାଗନେଇଥିଲେ । ସର୍ବପ୍ରଥମେ ଆଦିବାସୀ ବେଶଭୂଷା ଏବଂ ପାରମ୍ପାରିକ ବାଦ୍ୟଯନ୍ତ୍ର ଏବଂ ନୃତ୍ୟର ତାଳେ ତାଳେ ସଭାର ମୁଖ୍ୟ ଆକର୍ଷଣ ରାଜ୍ୟ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଉପଦେଷ୍ଟା ଶ୍ରୀଯୁକ୍ତ ପ୍ରଦୀପ ମାଝୀଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା ସଭାସ୍ଥଳରେ ବିଶିଷ୍ଟ ଆଦିବାସୀ ସ୍ୱର୍ଗୀୟ ସଂଗ୍ରାମୀ ଜନନେତାଙ୍କ ଫଟୋ ଚିତ୍ରରେ ପୁଷ୍ପାର୍ପଣ ଏବଂ ପ୍ରଦୀପପ୍ରଜ୍ଜ୍ୱଳନ କରି ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ମଞ୍ଚକୁ ଅଧ୍ୟକ୍ଷ ଡ. ମାରାଣ୍ଡି ଏବଂ ଉପାଧ୍ୟକ୍ଷ ଶ୍ରୀମତୀ କମଳା ତିରିଆ ସମସ୍ତ ଅତିଥିମାନଙ୍କୁ ସ୍ୱାଗତ ଏବଂ ସମ୍ବର୍ଦ୍ଧନା ଜଣାଇଥିଲେ । ଅନ୍ୟତମ ଅତିଥିଭାବେ ମାନ୍ୟବର ମନ୍ତ୍ରୀ ଶ୍ରୀମତୀ ବାସନ୍ତୀ ହେମ୍ବ୍ରମ୍, ରାଜ୍ୟସଭା ସାଂସଦ ମମତା ମହାନ୍ତ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଭାରତୀ ହାଁସଦା, ବିଧାୟକ ତଥା ପୂବତନ ମନ୍ତ୍ରୀ ସୁଦାମ ମାରାଣ୍ଡି, ବିଧାୟକ ରାଜକିଶୋର ଦାସ, ପୂବତନ ସାଂସଦ ସରୋଜିନୀ ହେମ୍ବ୍ରମ୍, ପୂର୍ବତନ ଉପବାଚସ୍ପତି ସାନନ୍ଦ ମାରାଣ୍ଡି, ପୂର୍ବତନ ବିଧାୟକ ଭାଦବ ହାଁସଦା, ଶ୍ରୀନାଥ ସୋରେନ୍, ଗଣେଶ୍ୱର ପାତ୍ର, ଅଜେନ ମୁର୍ମୁ, ମଙ୍ଗଲ ସିଂ ମୁଦି, ବିଜୟ ନାୟକ, ସାଇବା ସୁଶିଲ ହାଁସଦା, ବାରିପଦା ନଗରପାଳ କୃଷ୍ଣାନନ୍ଦ ମହାନ୍ତି, ରାଇରଙ୍ଗପୁର ବିଜ୍ଞାପିତ ପରିଷଦର ଅଧ୍ୟକ୍ଷ ଅଭିଶେକ ପଟ୍ଟନାୟକ, ବାମନଘାଟି ଆଦିବାସୀ ନେତା କାଶୀନାଥ ହେମ୍ବ୍ରମ୍, ଦେବାଶିଷ ମହାନ୍ତି, ସୁବମଣ୍ୟମ୍ ମହାନ୍ତି, ଜିତେନ୍ଦ୍ର ମହାନ୍ତି, ବିଷ୍ଣୁପ୍ରିୟା ଦାସ, ଦୀପ୍ତିଲତା ମିଶ୍ର, ଜୟଲେନ୍ ବାଗ୍ଦା, ଏବଂ ସମସ୍ତ ଜିଲ୍ଲା ପରିଷଦର ସଦସ୍ୟ, ବ୍ଲକ ଅଧ୍ୟକ୍ଷ ପ୍ରମୁଖ ଉପସ୍ଥିତ ଥିଲେ । ଏହି ସଭାରେ ମୟୂରଭଞ୍ଜ ଜିଲ୍ଲାର ସବୁ ସମ୍ପ୍ରଦାୟର ବିଶିଷ୍ଟ ଆଦିବାସୀ ବ୍ୟକ୍ତିମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ଏବଂ ବିଭିନ୍ନ ପାରମ୍ପାରିକ ନୃତ୍ୟ ଏବଂ ଗୀତ ପରିବେଷଣ କରାଯାଇଥିଲା । ମୁଖ୍ୟ ଅତିଥି ଶ୍ରୀଯୁକ୍ତ ପ୍ରଦୀପ ମାଝୀ ତାଙ୍କ ଅଭିଭାଷଣରେ ଆଦିବାସୀମାନଙ୍କର ଜୀବନଶୈଳୀ ଏବଂ ଆର୍ଥିକ ସ୍ୱଚ୍ଛଳତା ଦିଗରେ ଉନ୍ନତି କରିବା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପମାନ ଗ୍ରହଣ କରିବେ ବୋଲି ମତପୋଷଣ କରିଥିଲେ । ପରିଶେଷରେ ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଉପାଧ୍ୟକ୍ଷ କମଳା ତିରିଆ ଧନ୍ୟବାଦ ଅର୍ପଣ କରି ସଭାସାଙ୍ଗ କରିଥିଲେ ।
