ସିଡିଏସ୍ ପ୍ରଥମ ଥର ପହଂଚିଲେ ଗଣତନ୍ତ୍ର ଦିବସ ଶିବିର, ଏନ୍ସିସି କୈଡେଟ୍ସଙ୍କୁ କଲେ ସାକ୍ଷାତ
ନୂଆଦିଲ୍ଲୀ : ଦିଲ୍ଲୀ କୈଂଟରେ ଚାଲିଥିବା ଏନ୍ସିସି ଗଣତନ୍ତ୍ର ଦିବସ ଶିବିରର ମଙ୍ଗଳବାର ଦିନ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍(ସିଡିଏସ୍) ଜେନେରାଲ ଅନିଲ୍ ଚୌହାନ ଗସ୍ତ କରିଛନ୍ତି । ସେନା, ନୌସେନା ଏବଂ ବାୟୁସେନାର ତିନି ଅଙ୍ଗର ଏକ ଦସ୍ତେ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍କୁ ଗାର୍ଡ଼ ଅପ୍ ଅନର ପ୍ରଦାନ କରିଛନ୍ତି । ସେ କହିଛନ୍ତି ଯେ ଏହି ଦେଶର ଯୁବକଙ୍କ ମଧ୍ୟରେ ଅନୁଶାସନ ଏବଂ ନେତୃତ୍ୱ ପରି ଗୁଣ ବିକଶିତ କରିବାରେ ଏନ୍ସିସିର ଯୋଗଦାନ ଅନୁକରଣୀୟ ଅଟେ ।
