ସିଡିଏ ବଜାର କୋଲକତାକୁ ସିଲ୍ ସିଏମସି
କଟକ : ମର୍କତନଗରସ୍ଥିତ ସିଡିଏ ସେକ୍ଟର-୭ରେ ଥିବା ବଜାର କୋଲକତାକୁ ଆଜି ସିଏମସି ସିଲ୍ କରିଛି । ଗୁରୁବାର ପୂର୍ବାହ୍ନରେ ସିଏମସିର ଅତିରିକ୍ତ କମିଶନର ଅଜୟ ମହାନ୍ତିଙ୍କ ନେତୃତ୍ୱରେ ଏକାଧିକ କର୍ମଚାରୀ ଉକ୍ତ ଶୋ-ରୁମ୍ ଉପରେ ଚଢଉ କରିଥିଲେ । ଏହି ଚଢଉ ସମୟରେ କାଗଜପତ୍ର ଯାଂଚ କରାଯାଇଥିଲା । କାଗଜପତ୍ରରେ ବ୍ୟାପକ ଅନିୟମିତତା କରାଯାଇଥିବା ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଥିଲା । ବିଶେଷକରି ଆଇନ ଅନୁଯାୟୀ ମଲ୍ କର୍ତ୍ତୃପକ୍ଷ ପାର୍କିଂ ସ୍ଥଳ ଛାଡିନଥିବା, ହୋଲଡିଂ ଟିକସ ଦେୟରେ ଖିଲାପ ଏବଂ ଗୃହ ନିର୍ମାଣ ବେଳେ ଧାର୍ଯ୍ୟ ନିୟମ ପାଳନ କରାଯାଇନଥିବା ଜଣାପଡିଥିଲା । ଏନେଇ ସିଏମସି ପକ୍ଷରୁ ମଲ୍ କର୍ତ୍ତୃପକ୍ଷଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯିବା ସହ କୈଫିୟତ ତଲବ କରାଯାଇ ଉକ୍ତ ମଲ୍କୁ ସିଲ କରିଦିଆଯାଇଛି । ଏହି ଚଢଉରେ ସହକାରୀ ଟାଉନ ପ୍ଲାନର, ସିଏମସି ଏନଫୋର୍ସମେଣ୍ଟ, ହୋଲ୍ଟିଂ ଓ ଲାଇସେନ୍ସ ବିଭାଗ କର୍ମଚାରୀମାନେ ସାମିଲ ହୋଇଥିଲେ ।
