ରାଷ୍ଟ୍ରପତିଙ୍କୁ ଭେଟିଲା ସିସିଡିଏସଆଇ
କଟକ : ଭାରତର ମହାମହିମ ରାଷ୍ଟ୍ରପତି ଦ୍ରୈାପଦୀ ମୁର୍ମୁଙ୍କୁ ଭେଟିଛନ୍ତି କ୍ଲିନିକାଲ କାର୍ଡିଓ ଡାୟାବେଟିସ୍ ସୋସାଇଟି ଅଫ ଇଣ୍ଡିଆ(ସିସିଡିଏସଆଇ)ର କର୍ମକର୍ତ୍ତା । ସଂଗଠନର ଜାତୀୟ ସଭାପତି ତଥା ଏସସିବି ମେଡିକାଲ ମେଡିସିନ ବିଭାଗର ବରିଷ୍ଠ ପ୍ରଫେସର ଡା. ଜୟନ୍ତ ପଣ୍ଡାଙ୍କ ନେତୃତ୍ୱରେ ୬ ଜଣିଆ ପ୍ରତିନିଧି ମଣ୍ଡଳୀ ରାଷ୍ଟ୍ରପତି ମୁର୍ମୁଙ୍କୁ ଭେଟି ଆଲୋଚନା କରିଛନ୍ତି । ଏହା ଏକ ସୈାଜନ୍ୟମୂଳକ ସାକ୍ଷାତ ଥିଲା ବୋଲି ସଭାପତି ଡା ପଣ୍ଡା କହିଛନ୍ତି । ଏହି ପ୍ରତିନିଧି ମଣ୍ଡଳୀରେ ପ୍ରଫେସର ଡା. ପଣ୍ଡାଙ୍କ ସମେତ ଡା. ଏ ଏନ ରାୟ, ଡା. ଏକେ ଭୀରମାନି, ଡା. ମୃତ୍ୟୁଞ୍ଜୟ କୁମାର ସିଂହ, ଡା. ଅଭିଶେକ କୁମାର ଓ ଡା. ନିହାରିକା ସିହ୍ନା ପ୍ରମୁଖ ସାମିଲ ଥିଲେ ।
