ଭାରସାମ୍ୟ ହରାଇ କେନାଲ ଭିତରକୁ ପଶିଗଲା କାର୍
ଭୁବନେଶ୍ୱର : ଭୁବନେଶ୍ୱର ବାରଙ୍ଗ ଥାନା ମଧୁବନ ଗାଁ ନିକଟରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଭାରସାମ୍ୟ ହରାଇ କେନାଲ ଭିତରକୁ ପଶିଗଲା କାର୍ । ଅଳ୍ପକେ ବର୍ତ୍ତିଲେ କାର୍ରେ ଥିବା ୪ ଜଣ ବ୍ୟକ୍ତି ।
ସୂଚନା ଯେ, ସୁନ୍ଦରଗଡରୁ ଭୁବନେଶ୍ୱର ଆସିବା ବେଳେ ପୁରୀ ମୁଖ୍ୟ ନାଳରେ ପଶିଗଲା କାର୍ । ଭାରସାମ୍ୟ ହରାଇ କେନାଲ ଭିତରକୁ କାର୍ଟି ପଶିଯାଇଥିବା ଜଣାପଡିଛି । ଫଳରେ କାର୍ରେ ଥିବା ୪ ଜଣ ବ୍ୟକ୍ତି ଅଳ୍ପକେ ବର୍ତ୍ତିଯାଇଛନ୍ତି । ଖବର ପାଇ ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ୪ ଜଣଙ୍କୁ ସୁସ୍ଥ ଅବସ୍ଥାରେ ଉଦ୍ଧାର କରିଛି । ଏହାସହ କାର୍ କୁ ପାଣିରେ ଉଦ୍ଧାର କରିଛି ।
