ବିକାଶର କଥା ମନେ ପକାଇ ଭୋଟ ଭିକ୍ଷା କଲେ ପ୍ରାର୍ଥୀ
ଖଇରା : ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ଗୋବିନ୍ଦପୁର ପଞ୍ଚାୟତରେ ସରପଞ୍ଚ ପଦବୀ ପାଇଁ ତ୍ରିକୋଣୀୟ ମୁକାବିଲା ଅନୁଷ୍ଠିତ ହେଉଥିବା ବେଳେ ସମିତିସଭ୍ୟା ପଦବୀ ପାଇଁ ଦ୍ୱିମୁଖୀ ପ୍ରତିଦ୍ୱନ୍ଦିତା ଅନୁଷ୍ଠିତ ହେଉଛି । ସରପଞ୍ଚ ପଦବୀ ପାଇଁ ବିଜେଡି ସମର୍ଥୀତ ପ୍ରାର୍ଥୀ ରଶ୍ମିବାଳା ବେହେରା,ଭାଜପା ସମର୍ଥୀତ ନିରୁପମା ମହାନ୍ତି ଓ ସ୍ୱାଧିନ ଭାବେ ମମତାଞ୍ଜଳୀ ତ୍ରିପାଠୀ ମଇଦାନକୁ ଓହ୍ଲାଇଛନ୍ତି । ସେହିଭଳି ସମିତିସଭ୍ୟା ପଦବୀରେ ବିଜେଡି ସମର୍ଥୀତ ପାର୍ବତୀ ବାରିକ ଓ ଭାଜପା ସମର୍ଥୀତ କମଳାମଣି ମହାନ୍ତି ଙ୍କ ମଧ୍ୟରେ ମୁକାବିଲା ହେଉଛି
ବିଜେଡିର ପାର୍ବତୀ ଓ ରଶ୍ମିବାଳା ନୁଆମୁହଁ ହୋଇଥିବାରୁ ଅନ୍ୟପ୍ରାର୍ଥୀଙ୍କ ତୁଳନାରେ ତାଙ୍କର ବିଜୟ ସମ୍ଭାବନା ଆଶା ଅଧିକ ବୋଲି ତାଙ୍କର ସମର୍ଥକ ମାନେ ଦାବି କରୁଛନ୍ତି । ୨ପ୍ରାର୍ଥୀ ଘର ଘର ବୁଲି ବିଜେଡି ସରକାର ସମୟରେ ପଞ୍ଚାୟତରେ ନିର୍ମାଣ ହୋଇ ସାରିଥିବା ଏବଂ ବର୍ତ୍ତମାନ ନିର୍ମାଣ ଚାଲୁଥିବା ପ୍ରକଳ୍ପ ଗୁଡିକୁ ସମ୍ପୁର୍ଣ୍ଣ କରିବାକୁ ତାଙ୍କୁ ତଥା ଜିଲା ପରିଷଦ ପ୍ରାର୍ଥନୀ ରଶ୍ମିତା ମହାପାତ୍ରଙ୍କୁ କ୍ଷମତାରେ ବସାଇବାକୁ ନିବେଦନ କରିଥିଲେ । ବିଶେଷ କରି ବୁଢାଗଡିଆରେ ମାର୍କେଟ କମ୍ପେ୍ଲକ୍ସ,ବିଭିନ୍ନ ୱାର୍ଡକୁ କଂକ୍ରିଟ ରାସ୍ତା,ବଳଭଦ୍ରପୁର,ଗୋବିନ୍ଦପୁର, ପାଣିସାଉଁଳି, କଣ୍ଟାବଣିଆ, ନରମା, ଗଳଗାଁ, ବାରିକସାହି, ଜୟିପୁର, ରାମଚନ୍ଦ୍ରପୁର, ସମସରପୁର ଇତ୍ୟାଦି ଗ୍ରାମକୁ ବସୁଧା ଯୋଜନାରେ ଶୁଦ୍ଧ ପାନୀୟ ଜଳ ଯୋଗାଣ କରାଯିବା ନେଇ ଅବଗତ କରାଇଥିଲେ । ଗାଁ ଗହଳିରେ ପିଲା ଠାରୁ ବୁଢା ପର୍ଯ୍ୟନ୍ତ ତାଙ୍କ ଭାଷଣ ଶୁଣିବାକୁ ଭିଡ ଜମାଉଥିବାର ପରିଲକ୍ଷିତ ହୋଇଛି ।
