କ୍ୟାମେରାମ୍ୟାନ୍ ମାନସ ହତ୍ୟା ମାମଲା, ଗିରଫ ହେଲେ ଶର୍ମିଷ୍ଠା
୪ ଜଣଙ୍କୁ ୫ ଦିନିଆ ରିମାଣ୍ଡରେ ନେବ କ୍ରାଇମ୍ବ୍ରାଂଚ
ଚାନ୍ଦବାଲି: ନୟାଗଡର ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ଅପହରଣ ଓ ହତ୍ୟାକାଣ୍ଡରେ ସଂପୃକ୍ତ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଶର୍ମିଷ୍ଠା ରାଉତଙ୍କ ଖେଳ ଖତମ୍ ହୋଇଛି । ଶର୍ମିଷ୍ଠା ଆଉ ଲୁଚକାଳି ଖେଳି ପୁଲିସକୁ ଚକମା? ଦେଖାଇ ଖସି ଯିବାକୁ ଚେଷ୍ଟା କରିଥିଲା । ମାତ୍ର କ୍ରାଇମ୍ ବ୍ରାଂଚ ଟିମ୍ ଜାଲରୁ ଶର୍ମିଷ୍ଠା ଖସି ଯିବାରେ ସକ୍ଷମ ହୋଇ ପାରିଲା ନାହିଁ । ଶର୍ମିଷ୍ଠା ଓ ତାର ସହଯୋଗୀ ଝୁନା ଭୋଇକୁ ଧରିବା ପାଇଁ କ୍ରାଇମ୍ ବ୍ରାଂଚ ଟିମ ର ଦୁଇଟି ସ୍ୱତନ୍ତ୍ର ଟିମ୍ ଓ ଭଦ୍ରକ ପୁଲିସ ର ସହାୟତାରେ ରାଜ୍ୟ ଭିତରେ ଓ ରାଜ୍ୟ ବାହାରେ ଶର୍ମିଷ୍ଠାକୁ ଧରିବାକୁ ଜାଲ ବିଛାଇ ଥିଲା । ଆଜି ଏଇ ଜାଲରେ ଧରାପଡିଛନ୍ତି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା । ଶର୍ମିଷ୍ଠାଙ୍କୁ ଚାନ୍ଦବାଲି ଥାନା ନିଆଯିବା ପରେ କୋର୍ଟରେ ମଧ୍ୟ ହଜାର କରାଯାଇଛି ।
କ୍ୟାମେରାମ୍ୟାନ ମାନସ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଶର୍ମିଷ୍ଠା ରାଉତ ଓ ତାର ସହଯୋଗୀ ଝୁନା ଭୋଇକୁ ଭଦ୍ରକ ପୋଲିସ ଓ କ୍ରାଇମବ୍ରାଂଚର ଟିମ୍ ଭଦ୍ରକ ନଳ ।ଙ୍ଗରୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା । କ୍ରାଇମ୍ବ୍ରାଂଚ କରିଥିବା ରିମାଣ୍ଡ ଆବେଦନର ଶୁଣାଣି କରି ୫ ଦିନ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି । ୪ ଜଣଙ୍କୁ ନେବା ପାଇଁ ଅନୁମତି ରହିଛି । ଶର୍ମିଷ୍ଠା, ଝୁନା, ନିରଞ୍ଜନ ସେଠୀ ଏବଂ ରଞ୍ଜନକୁ ରିମାଣ୍ଡରେ ନେବ କ୍ରାଇମ୍ବ୍ରାଂଚ । ଆସନ୍ତାକାଲି ଠାରୁ ଏପ୍ରିଲ୍ ୩ ଯାଏ ଏହି ୪ ଅଭିଯୁକ୍ତ ରିମାଣ୍ଡରେ ଯିବେ । ପୋଲିସ ସୋମବାର ଶର୍ମିଷ୍ଠା ଓ ଝୁନାଙ୍କୁ ଗରିଫ କରି ଚାନ୍ଦବାଲି ଆଣି ଜେଏମଏଫସି କୋର୍ଟରେ ହାଜର କରିଥିଲା । ସେମାନଙ୍କୁ ଭଦ୍ରକ ଜେଲ୍ ହାଜତକୁ ପଠାଯାଇଛି । ଗିରଫ ୮ଜଣଙ୍କୁ କ୍ରାଇମବ୍ରାଂଚ ୧୦ ଦିନିଆ ରିମାଣ୍ଡରେ ନେଇ ତଦନ୍ତ ଓ କ୍ରାଇମ ସିନ୍ ରିକ୍ରିଏସନ୍ ପାଇଁ କୋର୍ଟରେ ଆବେଦନ କରିଥିଲା । ଏହି ମାମଲାରେ ଅଦ୍ୟାବଧି ଗିରଫ ସଂଖ୍ୟା ୮ରେ ପହଂଚିଛି । ଆଉ କେହି ସହଯୋଗୀ ଗିରଫ ହେବେକି ନାହିଁ ତାହା ସ୍ପଷ୍ଟ ହୋଇନାହିଁ ।
