କ୍ୟାମେରାମ୍ୟାନ ମାନସ ହତ୍ୟା ମାମଲା, ଆଜି କ୍ରାଇମସିନ୍ ରିକ୍ରିଏସନ୍ କରିବ କ୍ରାଇମବ୍ରାଞ୍ଚ
ଭୁବନେଶ୍ୱର : କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ଘଟଣାର ମୁଖ୍ୟ କୁହାଯାଉଥିବା ଶର୍ମିଷ୍ଠା ରାଉତ କ୍ରାଇମବ୍ରାଞ୍ଚ ପଞ୍ଝାରେ । ୫ ଦିନିଆ ରିମାଣ୍ଡରେ ଥିବା ଶର୍ମିଷ୍ଠା କମ ସତ କହୁଛନ୍ତି । ଲୁଚାଉଛନ୍ତି ବେଶୀ । ନେତା, ମନ୍ତ୍ରୀ ଓ ଅଫିସରଙ୍କୁ ବଞ୍ଚାଇବା ପାଇଁ ଶର୍ମିଷ୍ଠା ରାଉତ ଚଳାଇଛନ୍ତି ଉଦ୍ୟମ । ହତ୍ୟାକାଣ୍ଡ ପଛରେ ଥିବା ଅଶ୍ଲୀଳ ଭିଡିଓ ରହସ୍ୟ ଲୁଚାଇବାକୁ କ୍ରାଇମବ୍ରାଞ୍ଚକୁ କାହାଣୀ ଶୁଣାଇଛନ୍ତି ଶର୍ମିଷ୍ଠା । ଆଜି ଅଭିଯୁକ୍ତମାନଙ୍କୁ ଘଟଣାସ୍ଥଳକୁ ନେଇ କ୍ରାଇମସିନ୍ ରିକ୍ରିଏସନ୍ କରିବ କ୍ରାଇମବ୍ରାଞ୍ଚ। ଡେମୋ ଦେଖାଇବେ ଶର୍ମିଷ୍ଠା। ଭୁବନେଶ୍ୱର ସୁନ୍ଦରପଦା ଦୟାଲ ଆଶ୍ରମ ପରେ ନୟାଗଡ଼ ରଣପୁରକୁ ଅଭିଯୁକ୍ତଙ୍କୁ ନେଇପାରେ ।
ରିମାଣ୍ଡର ତୃତୀୟ ଦିନରେ ଶର୍ମିଷ୍ଠା, ରଂଜନ, ନିରଞ୍ଜନ ଓ ଝୁନା ୪ ଜଣଙ୍କୁ ସାମ୍ନାସାମ୍ନି ବସାଇ ଜେରା କରିବ କ୍ରାଇବ୍ରାଞ୍ଚ। ସେପଟେ ନିରଞ୍ଜନ ଓ ଶର୍ମିଷ୍ଠାଙ୍କୁ ମୁହାଁମୁହିଁ ଜେରା ସମୟରେ ମିଳିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ । ଚିପ୍ ନେଇ ଚାଲିଛି ତନାଘନା। ଶର୍ମିଷ୍ଠା ଚିପ୍ ପାଇନାହାଁନ୍ତି ହେଲେ ଭିଡିଓ ଭାଇରାଲ କରି ବିଭ୍ରାନ୍ତି କରୁଛନ୍ତି। ଚିପ୍ ନେଇ କ୍ରାଇମବ୍ରାଞ୍ଚର ପଚରାଉଚରା ଚାଲିଛି। ଶର୍ମିଷ୍ଠାଙ୍କର ଦୁଇଟି ଭିଡିଓ ପ୍ରାୟୋଜିତ ଓ ନିଜକୁ ତଥା ନିରଂଜନଙ୍କୁ ବଞ୍ଚାଇବାକୁ ଏହା କରାଯାଇଥିଲା ବୋଲି କ୍ରାଇମବ୍ରାଞ୍ଚ ତଦନ୍ତରୁ ଜାଣିବାକୁ ପାଇଛି।
