ଶିକ୍ଷକ ନିଯୁକ୍ତି ମାମଲାରେ କଲିକତା ହାଇକୋର୍ଟ ଅଭିଷେକ ବାନାର୍ଜୀଙ୍କୁ ପଚରା ଉଚୁରା ପାଇଁ କେନ୍ଦ୍ରୀୟ ଏଜେନସିକୁ ଦେଲେ ଅନୁମତି
କଲିକତା : ପଶ୍ଚିମବଙ୍ଗର ବହୁଚଚ୍ଚିର୍ତ ଶିକ୍ଷକ ନିଯୁକ୍ତି ମାମଲାରେ ଗୁରୁବାର ଦିନ କଲିକତା ହାଇକୋର୍ଟ ମୁଖ୍ୟମନ୍ତ୍ରୀ ମମତା ବାନାଜୀଙ୍କ ପୁତୁରା ଅଭିଷେକ ବାନାଜୀଙ୍କୁ ପଚରା ଉଚୁରା କରିବା ପାଇଁ ସିବିଆଇ ଏବଂ ଇଡ଼ିକୁ ଅନୁମତି ଦେଇଛନ୍ତି । ଏହା ହେଉଛି ପ୍ରଥମ ଥର ଯାହା ବାନାର୍ଜୀଙ୍କ ନାମ ଏହି ମାମଲାରେ ସିଧା ସାମ୍ନାକୁ ଆସିଛି । ଜଷ୍ଟିସ ଅଭିଜିତ୍ ଗାଙ୍ଗୁଲି ନିର୍ଦ୍ଦେଶ ଦେଇଛନ୍ତି ଯେ, କେନ୍ଦ୍ରୀୟ ଅନୁସନ୍ଧାନ ଏଜେନସି ବିରୁଦ୍ଧରେ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ତୃଣମୂଳ ନେତା କୁନ୍ତଳ ଘୋଷଙ୍କ ଚିଠି ସମ୍ପର୍କରେ ଇଡ଼ି ଏବଂ ସିବିଆଇ ଦଳ ଅଭିଷେକ ଏବଂ କୁନ୍ତଳଙ୍କୁ ପଚରା ଉଚୁରା କରିପାରିବେ ।
