ସେନାରେ ଅଗ୍ନିପଥ ସ୍କିମର ଶୁଭାରମ୍ଭ, ଭର୍ତ୍ତି ହେବେ ଅଗ୍ନିବୀର
୪୫ ହଜାର ଯୁବ ଅଗ୍ନିବୀରଙ୍କୁ ମିଳିବ ନିଯୁକ୍ତି
ନୂଆଦିଲ୍ଲୀ : ଭାରତୀୟ ସେନାରେ ଅଗ୍ନିପଥ ସ୍କିମର ଶୁଭାରମ୍ଭ କଲେ ପ୍ରତିରକ୍ଷା ମନ୍ତ୍ରୀ । ୩ ସେନାମୁଖ୍ୟଙ୍କ ଉପସ୍ଥିତିରେ ଘୋଷଣା କଲେ ମନ୍ତ୍ରୀ ରାଜନାଥ ସିଂ । ସେନାକୁ ଆସିବାକୁ ଚାହୁଁଥିବା ଯୁବକଙ୍କୁ ସୂଯୋଗ ଦେବ ଅଗ୍ନିପଥ ସ୍କିମ୍ । ନିଯୁକ୍ତି ଚାହୁଁଥିବା ଯୁବବର୍ଗଙ୍କୁ ୪ ବର୍ଷ ପାଇଁ ସେନାରେ ନିଯୁକ୍ତି ମିଳିବ ।ଯୋଜନାରେ ପ୍ରାୟ ୪୫ହଜାର ଯୁବ ‘ଅଗ୍ନିବୀର’ଙ୍କୁ ନିଯୁକ୍ତି ମିଳିବ । ୪ ବର୍ଷ ନିଯୁକ୍ତି କାଳ ମଧ୍ୟରେ ପ୍ରଥମେ ୬ମାସ ଟ୍ରେନିଂ ଦିଆଯିବ । ନିଯୁକ୍ତି ପରେ ମାସିକ ୩୦ରୁ ୪୦ହଜାର ଦରମା ସହ ଭତ୍ତା ମିଳିବ । ୪ବର୍ଷ ପରେ ସେଥିମଧ୍ୟରୁ ୨୫%ଙ୍କୁ ପୂର୍ଣ୍ଣକାଳୀନ ନିଯୁକ୍ତି ମିଳିବ । ବାକି ୭୫%ଙ୍କୁ ପ୍ୟାକେଜ୍ ସହ ସେବା ନିବୃତ କରାଯିବ ଓ ପେନସନ ମିଳିବ । ନିଯୁକ୍ତି ପାଇଥିବା ଅଗ୍ନିବୀରଙ୍କ ର୍ୟାଙ୍କ ମଧ୍ୟ ସ୍ୱତନ୍ତ୍ର ରହିବ ।
ସୂଚନା ଯେ, କୋଭିଡ ଯୋଗୁଁ ଦୁଇ ବର୍ଷ ହେଲା ବନ୍ଦ ଥିବା ସେନା ନିଯୁକ୍ତି ପ୍ରକ୍ରିୟା ବନ୍ଦ ରହିଥିଲା। ଯାହା ଏବେ ପୁଣି ଆରମ୍ଭ ହେବ। ଏହି ଅଗ୍ନିପଥ ଯୋଜନାରେ ନିଯୁକ୍ତ ସୈନ୍ୟ ‘ଅଗ୍ନିବୀର’ ନାମରେ ତିନି ବାହିନୀରେ ଭର୍ତ୍ତି ହେବେ । ଏମାନଙ୍କ ରାଙ୍କ ସ୍ୱତନ୍ତ୍ର ରହିବ । ଏମାନଙ୍କ ୟୁନିଫର୍ମରେ ଲାଗିବାକୁ ଥିବା ଚିହ୍ନ ମଧ୍ୟ ତିନି ବାହିନୀଠାରୁ ପୃଥକ ହେବ ।
