ଇଣ୍ଡିଆ ପୋଷ୍ଟ ପେମେଣ୍ଟସ୍ ବ୍ୟାଙ୍କକୁ କ୍ୟାବିନେଟର ଅନୁମୋଦନ
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଇଣ୍ଡିଆ ପୋଷ୍ଟ ପେମେେଂଟସ୍ ବ୍ୟାଙ୍କ (ଆଇପିପିବି)ପ୍ରତିଷ୍ଠା ସଂକ୍ରାନ୍ତ ପ୍ରକଳ୍ପ ବ୍ୟୟ ଅଟକଳକୁ ସଂଶୋଧିତ କରାଯାଇଛି । ଏବେ ଏହି ପ୍ରକଳ୍ପର ଖର୍ଚ୍ଚ ୧୪୩୫ କୋଟିରୁ ୨୨୫୫ କୋଟି ଟଙ୍କାକୁ ବୃଦ୍ଧି ପାଇଛି । ଏହି ପ୍ରକଳ୍ପ ପାଇଁ ଇକ୍ୟୁଇଟି ନିବେଶକୁ ପ୍ରୋତ୍ସାହିତ କରିବା ନିମନ୍ତେ ଯେଉଁ ନିୟାମକ ବ୍ୟବସ୍ଥା ରହିଛି ତାହାକୁ ପୂରଣ କରିବା ପାଇଁ ବ୍ୟୟ ଅଟକଳ ବୁଦ୍ଧିର ଆବଶ୍ୟକତା ରହିଥିଲା । କ୍ୟାବିନେଟ ବୈଠକରେ ମଧ୍ୟ ଟେକ୍ନୋଲୋଜିର ବିକାଶ ଓ ନିୟାମକ ଆବଶ୍ୟକତା ପୂରଣ ପାଇଁ ଏହି ପ୍ରକଳ୍ପରେ ୫୦୦କୋଟି ଟଙ୍କା ପର୍ଯ୍ୟନ୍ତ ନିବେଶ ସୁଯୋଗ ସୃଷ୍ଟିକୁ ନୀତିଗତ ମଞ୍ଜୁରି ପ୍ରଦାନ କରାଯାଇଛି ।
ଏହି ପ୍ରକଳ୍ପର ମୁଖ୍ୟ ଉଦ୍ଦେଶ୍ୟ ହେଲା ଦେଶର ସାଧାରଣ ଜନତାଙ୍କ ପାଇଁ ଏକ ସହଜ, ସୁଗ. ବିଶ୍ୱାସଯୋଗ୍ୟ ଓ ସ୍ୱଳ୍ପ ବ୍ୟୟର ବ୍ୟାଙ୍କ ବ୍ୟବସ୍ଥା ସୃଷ୍ଟି କରିବ । ବ୍ୟାଙ୍କ ସେବା ନ ଥିବା ଦେଶର ଅଗମ୍ୟ, ଅପହଂଚ ଓ ଅନୁନ୍ନତ ଅଂଂଚଳରେ ଲୋକଙ୍କୁ ସେମାନଙ୍କ ଘରପାଖରେ ସହଜରେ ବ୍ୟାଙ୍କ ସେବା ଓ ଆର୍ôଥକ କାରବାର ସୁବିଧା ଯୋଗାଇ ସେମାନଙ୍କୁ ଆର୍ôଥକ ଦୃଷ୍ଟିରୁ ସମାବେଶୀ କରିବାକୁ ସରକାର ଯେଉଁ ଲକ୍ଷ୍ୟ ରଖିଛନ୍ତି ଇଣ୍ଡିଆ ପୋଷ୍ଟ ପେମେଂଟସ୍ ବ୍ୟାଙ୍କ ତାହାର ଏକ ପ୍ରମୁଖ ଅଂଶ । ଏହି ପ୍ରକଳ୍ପ ମଧ୍ୟ ଭାରତ ସରକାରଙ୍କ “ସ୍ୱଳ୍ପ ନଗଦ” (ଲେସ୍ କ୍ୟାସ୍) ଅର୍ଥନୀତି ଲକ୍ଷ୍ୟକୁ ପୂରଣ କରିବା ସହିତ ଉଭୟ ଅର୍ଥନୀତିକ ଅଭିବୃଦ୍ଧି ଓ ଆର୍ôଥକ ସମାବେଶୀକରଣ ପ୍ରୟାସକୁ ସାକାର କରିବାରେ ସହାୟକ ହେବ । ୨୦୧୮ ସେପ୍େଟମ୍ବର ପହିଲାରେ ଭାରତରେ ଇଣ୍ଡିଆ ପୋଷ୍ଟ ପେମେଂଟସ୍ ବ୍ୟାଙ୍କ ଆରମ୍ଭ ହୋଇଥିଲା । ଏଥିରେ ୬୫୦ଶାଖା ଓ ନିୟନ୍ତ୍ରଣ ଅଫିସ ଖୋଲା ଯାଇଥିଲା । ଆଇପିପିବି ବ୍ୟବସ୍ଥାରେ ଦେଶର ୧. ୩୬ ଲକ୍ଷ ଡାକଘର ଲୋକଙ୍କୁ ଏବେ ବ୍ୟାଙ୍କ ସେବା ଯୋଗାଇ ଦେଉଛନ୍ତି । ଏଥିରେ ପ୍ରାୟ ୧. ୮୯ ଲକ୍ଷ ପୋଷ୍ଟମ୍ୟାନ ଓ ଗ୍ରାମୀଣ ଡାକସେବକ ସ୍କାର୍ଟଫୋନ ଓ ବାୟୋମେଟ୍ରିକ ଡିଭାଇସ୍ ମାଧ୍ୟମରେ ଲୋକଙ୍କୁ ଘର ପାଖରେ ବ୍ୟାଙ୍କ ସେବା ଯୋଗାଇ ଦେଉଛନ୍ତି ।
