ବିଡବ୍ଲୁଏଫ ୱାର୍ଲ୍ଡ ଟୁର୍ ଫାଇନାଲ : ସେମି-ଫାଇନାଲରେ ପିଭି ସିନ୍ଧୁ
ବାଲି : ଦୁଇ ଥରର ଅଲମ୍ପିକ ପଦକ ବିଜେତା ସର୍ଟଲର ପିଭି ସିନ୍ଧୁ ଗୁରୁବାର ଚଳିତ ବିଡବ୍ଲୁଏଫ ୱାର୍ଲ୍ଡ ଟୁର୍ ଫାଇନାଲର ସେମି-ଫାଇନାଲରେ ପ୍ରବେଶ କରିଛନ୍ତି ।
ଜର୍ମାନର ବ୍ୟାଡ୍ମିଣ୍ଟନ ଖେଳାଳି ୟଭନେ ଲି ଇନ୍ଙ୍କୁ ସିଧା ସେଟ୍ ୨୧-୧୦ ଓ ୨୧-୧୩ରେ ହରାଇଛନ୍ତି ସିନ୍ଧୁ । ଏହି ମ୍ୟାଚ୍ ୩୧ ମିନିଟ୍ ଧରି ଖେଳାଯାଇଥିବା ବେଳେ ଏକତରଫା ବିଜୟ ହାସଲ କରିଛନ୍ତି ଭାରତୀୟ ଷ୍ଟାର ସର୍ଟଲର ସିନ୍ଧୁ । ଏହାପୂର୍ବରୁ ଡେନମାର୍କର ଲିନ କ୍ରୀଷ୍ଟୋଫର୍ସନଙ୍କୁ ୨୧-୧୪, ୨-୧୬ ସେଟ୍ରେ ସିନ୍ଧୁ ବୁଧବାର ପରାସ୍ତ କରିଥିଲେ । ତେବେ ଚଳିତ ଟୁର୍ନାମେଣ୍ଟର ପୁରୁଷ ଏକକ ଇଭେଣ୍ଟରେ ଶ୍ରୀକାନ୍ତ ଦ୍ବିତୀୟ ଗ୍ରୁପ୍ ବି ମ୍ୟାଚ୍ରେ ପରାସ୍ତ ହୋଇଛନ୍ତି । ଏଥିସହ ଭାରତୀୟ ପୁରୁଷ ଯୋଡି ଚିରାଗ ସେଟ୍ଟୀ ଓ ସାତ୍ବିକ ସାଇରାଜ ରେଙ୍କିରେଡ୍ଡିଙ୍କ ଅଭିଯାନ ମଧ୍ୟ ଶେଷ ହୋଇଛି ।
