ବ୍ୟବସାୟୀଙ୍କୁ ଅପହରଣ ଓ ଦାଦାବଟି ମାଗିବା ଘଟଣା : ମୁଖ୍ୟ ଅଭିଯୁକ୍ତ ଗିରଫ
ଭୁବନେଶ୍ୱର : ବ୍ୟବସାୟୀଙ୍କୁ ଅପହରଣ ଓ ଦାଦାବଟି ମାଗିବା ଘଟଣାରେ ଗିରଫ ହେଲା ମୁଖ୍ୟ ଅଭିଯୁକ୍ତ ରାଜ ଓରଫ ରଘୁନାଥ ସାହୁ । ରାଜ୍ଙ୍କୁ ଗିରଫ କରିଛି ଭୁବନେଶ୍ୱର କମିଶନରେଟ୍ ପୋଲିସ । ଘଟଣା ଦିନ ଫେରାର୍ ଥିବା ବେଳେ ତାଙ୍କୁ କଲିକତାରେ ପୋଲିସ୍ ଗିରଫ କରିଛି ।
ଏହି ମାମଲରେ ପୁର୍ବରୁ ୱେବ୍ ଚ୍ୟାନେଲର ଜଣେ ମହିଳା ସାମ୍ବାଦିକାଙ୍କ ସହ ୬ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ବର୍ତ୍ତମାନ ମୁଖ୍ୟ ଅଭିଯୁକ୍ତ ଗିରଫ ହୋଇଛନ୍ତି । ଗତ କିଛି ଦିନ ତଳେ ଜଣେ ଖଣି ବ୍ୟବସାୟୀଙ୍କୁ ଅପହରଣ କରିବା ଓ ତାଙ୍କୁ ନିଷ୍ଠୁର ଭାବେ ଅତ୍ୟାଚାର କରିବା ଘଟଣାରେ ଏହି ୱେବ୍ ଚ୍ୟାନେଲର ଜଣେ ମହିଳା ସାମ୍ବାଦିକାଙ୍କ ସହ ୬ ଜଣଙ୍କୁ ଗିରଫ କରାଯାଇଥିଲା । ଏପରି କି ଭୁବନେଶ୍ୱର ସ୍ଥିତ ରଘୁନାଥ ପୁରରେ ଥିବା ତାଙ୍କ ଅଫିସ୍ରୁ ଏକ ବନ୍ଧୁକ ସହ ବିଭିନ୍ନ ମାରଣାସ୍ତ୍ର ଜବତ କରାଯାଇଥିଲା । ଗତ ମାସ ୫ ତାରିଖରେ ଖଣି ଲିଜ୍ କରାଇଦେବା କହି ବଡ଼ବିଲ୍ ଅଚଂଳର ଜଣେ ବ୍ୟବସାୟୀ ଓ ତାଙ୍କ ସହଯୋଗୀଙ୍କୁ ଭୁବନେଶ୍ୱରକୁ ଡ଼ାକି ଅଟକ ରଖିଥିଲେ ଏବଂ ୧୦ ଲକ୍ଷ ଟଙ୍କା ଦାବି କରିଥିଲେ । ପରେ ଏହି ମାମଲାର ଅଭିଯୋଗ ପରେ ପୋଲିସ୍ ତାଙ୍କୁ ଗିରଫ କରିଥିଲା ।
