ଜୁଲାଇ ୧ ଯାଏ ଗଡିବନି ବସ
- ମାଲ ପରିବହନ କରୁଥିବା ଗାଡ଼ି ଚାଲିବ
ଭୁବନେଶ୍ୱର : ରାଜ୍ୟରେ ସଂକ୍ରମଣ କମୁଥିଲେ ମଧ୍ୟ ଜୁଲାଇ ୧ ଯାଏ ଲକଡାଉନ୍ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ହେଲେ ଏହି ଲକଡାଉନରେ କେତେକ କଟକଣାକୁ କୋହଳ କରାଯାଇଛି । ଯେଉଁ କାରଣରୁ ଏହାକୁ ଆଂଶିକ ଲକଡାଉନ୍ ବୋଲି ମଧ୍ୟ କୁହାଯାଉଛି । ଏହି ଲକଡାଉନ୍ ସମୟରେ ୧୭ ଜିଲ୍ଲାରେ ସକାଳ ୬ଟାରୁ ସନ୍ଧ୍ୟା ୫ଟା ଏବଂ ବାକି ୧୩ ଜିଲ୍ଲାରେ ସକାଳ ୬ଟାରୁ ଦିନ ୧ଟା ଯାଏ ଅତ୍ୟାବଶ୍ୟକ ଦୋକାନ ବଜାର ଖୋଲାରହିବ । ଏନେଇ ଆଜି ପ୍ରେସମିଟ କରି ସୂଚନା ଦେଇଛନ୍ତି ରାଜ୍ୟର ମୁଖ୍ୟ ଶାସନ ସଚିବ ।
ତେବେ ଏହି ସମୟରେ ରାଜ୍ୟରେ ବସ୍ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିବ । ଜୁଲାଇ ୧ ତାରିଖ ଯାଏ ବସ୍ ସେବା ରାଜ୍ୟରେ ବନ୍ଦ ରହିବ ବୋଲି କୁହାଯାଇଛି । ତେବେ ମାଲ ପରିବହନ କରୁଥିବା ଗାଡିଗୁଡିକ ଅବାଧରେ ଯିବା ଆସିବା କରିପାରିବ । ଏହାସହିତ ଅଗ୍ନିଶମ, ଓଡ୍ରାଫ୍ ଏବଂ ଜରୁରୀ ସେବାରେ ନିୟୋଜିତ ଗାଡିଗୁଡିକ ଉପରେ ମଧ୍ୟ କୌଣସି କଟକଣା ନାହିଁ ବୋଲି କୁହାଯାଇଛି ।
