ରାୟଗଡ଼ାରେ ଟ୍ରକକୁ ଧକ୍କା ଦେଲା ବସ୍, ୩୩ ଶ୍ରମିକ ଆହତ
ରାୟଗଡ଼ା : ରାୟଗଡ଼ାରେ ସଡ଼କ ଦୁର୍ଘଟଣା । ଟ୍ରକ୍କୁ ବସ୍ ଧକ୍କା ଦେବାରୁ ୩୩ ଶ୍ରମିକ ଆହତ ହୋଇଛନ୍ତି । ଆହତ ଶ୍ରମିକମାନେ ଶ୍ରୀକାକୁଲମ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ରାୟଗଡାରୁ ତାମିଲନାଡୁକୁ ସେମାନେ ଦାଦନ ଖଟିବାକୁ ଯାଉଥିଲେ । ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ନିକଟ ଜାତୀୟ ରାଜପଥରେ ଘଟିଛି ଦୁର୍ଘଟଣା ।
ଓଡିଶାରୁ ଶ୍ରମିକ ନେଇ ତାମିଲନାଡୁ ଅଭିମୁଖେ ଯାଉଥିବା ଏକ ବସ୍ ଶନିବାର ସକାଳେ ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ ଜିଲ୍ଲା ପାଇଡିଭୀମାବରମ ଗ୍ରାମ ନିକଟ ଜାତୀୟ ରାଜପଥରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ୩୦ ଜଣ ଶ୍ରମିକ ଆହତ ହୋଇଛନ୍ତି । ଯାହା ସୂଚନା ମିଳିଛି, ବସ୍ଟି ରାଜପଥ କଡରେ ଥିବା ଏକ ଟ୍ରକକୁ ଧକ୍କା ଦେଇଥିଲା । ଫଳରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଆହତ ଶ୍ରମିକମାନଙ୍କୁ ଶ୍ରୀକାକୁଲମ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ ତିନି ଜଣଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ରହିଛି । ରାୟଗଡା ଜିଲ୍ଲାରୁ ଏହି ଶ୍ରମିକମାନେ ତାମିଲନାଡୁକୁ ଦାଦନ ଖଟିବାକୁ ଯାଉଥିବା ସୂଚନା ମିଳିଛି ।
