ରାଜ୍ୟରେ ପୁଣି ବଢ଼ିଲା ବସ୍ ଭଡ଼ା
ଭୁବନେଶ୍ୱର: ରାଜ୍ୟରେ ପୁଣି ବଢ଼ିଲା ବସଭଡ଼ା । ଅଟୋମେଟିକ ମେକାନିଜିମ ଆଧାରରେ ବସ୍ ଭଡ଼ା ବଢ଼ିଛି । ବସ୍ ଭଡ଼ା ବୃଦ୍ଧି ନେଇ ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ସାଧାରଣ ସଂପାଦକ ଦେବେନ୍ଦ୍ର ସାହୁ ସୂଚନା ଦେଇଛନ୍ତି ।
ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ସାଧାରଣ ସଂପାଦକ ଦେବେନ୍ଦ୍ର ସାହୁ କହିଛନ୍ତି ଯେ ସାଧାରଣ ଓ ଏକ୍ସପ୍ରେସ ଭଡ଼ା ୨ ପଇସାକୁ ବୃଦ୍ଧି ପାଇଛି । ସାଧାରଣ ବସଭଡ଼ା ୯୦ରୁ ୯୨ ପଇସାକୁ ବୃଦ୍ଧି ପାଇଥିବାବେଳେ ଏକ୍ସପ୍ରେସ ଭଡ଼ା ୯୪ରୁ ୯୬ ପଇସାକୁ ବୃଦ୍ଧି ହୋଇଛି । ଡିଲକ୍ସ ଓ ଏସି ଡିଲକ୍ସ ଭଡ଼ା ୪ ପଇସା ବଢ଼ିଥିବାବେଳେ ଡିଲକ୍ସ ଭଡ଼ା ୧ ଟଙ୍କା ୩୧ରୁ ୧ ଟଙ୍କା ୩୫ ପଇସାକୁ ବୃଦ୍ଧି ପାଇଛି । ଏସି ଡିଲକ୍ସ ୧ଟଙ୍କା ୫୯ରୁ ୧ଟଙ୍କା ୬୩ ପଇସା ବୃଦ୍ଧି ହୋଇଥିବାବେଳେ ସୁପର ପ୍ରିିମିୟମ ଭଡ଼ା ୬ ପଇସା ବଢ଼ିଛି । ସୁପର ପ୍ରିମିୟମ ଭଡ଼ା ୨ଟଙ୍କା ୪୭ରୁ ୨ଟଙ୍କା ୫୩ ପଇସା ବୃଦ୍ଧି ହୋଇଛି ବୋଲି ବସ ଭଡ଼ା ବୃଦ୍ଧି ନେଇ ବସ ମାଲିକ ସଂଘ ସାଧାରଣ ସମ୍ପାଦକଙ୍କ ସୂଚନା ଦେଇଛନ୍ତି । ସୂଚନାରୁ ପ୍ରକାଶ ଯେ ରୁଷ ଓ ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ଚାଲିଥିବାରୁ ରାଜ୍ୟରେ ତେଲ ଦର ବୃଦ୍ଧି ପାଇବାରେ ଲାଗିଛି । ପ୍ରତିଦିନ ତୈଳ ଦର ବଢ଼ୁଛି । ଯେଉଁଥିପାଇଁ ଅଟୋମେଟିକ ମେକାନିଜିମ ଆଧାରରେ ଆଜି ପୁଣି ଥରେ ଭଡ଼ା ବୃଦ୍ଧି ପାଇଛି ।
