ଆଜିଠାରୁ ସଂସଦର ବଜେଟ ଅଧିବେଶନ, ଉପସ୍ଥାପନ ହେବ ଅର୍ଥନୈତିକ ସର୍ଭେ ରିପୋର୍ଟ
FILE PHOTO: Indian parliament building is reflected in a puddle after the rain in New Delhi, India July 20, 2018. REUTERS/Adnan Abidi
ନୂଆଦିଲ୍ଲୀ : ଆଜିଠାରୁ ଆରମ୍ଭ ହେବ ସଂସଦର ବଜେଟ୍ ଅଧିବେଶନ । ବଜେଟ୍ର ପ୍ରଥମ ପର୍ଯ୍ୟାୟ ୧୩ ଫେବୃଆରୀ ପର୍ଯ୍ୟନ୍ତ ଚାଲିବ ଏବଂ ଦ୍ବିତୀୟ ପର୍ଯ୍ୟାୟ ୧୩ ମାର୍ଚ୍ଚରୁ ଆରମ୍ଭ ହୋଇ ୬ ଏପ୍ରିଲ୍ ପର୍ଯ୍ୟନ୍ତ ଚାଲିବ। ବଜେଟ୍ ଅଧିବେଶନ ସମୟରେ ୨୭ କାର୍ଯ୍ୟ ଦିବସ ରହିଛି।
ସଂସଦର ଉଭୟ ଗୃହ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣ ସହ ଆରମ୍ଭ ହେବ । ପ୍ରଥମ ଦିନରେ ଉପସ୍ଥାପନ ହେବ ଅର୍ଥନୈତିକ ସର୍ଭେ ରିପୋର୍ଟ। ସେହିପରି ଆସନ୍ତାକାଲି ଫେବ୍ରୁଆରୀ ପହିଲାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୩-୨୪ ଆର୍ଥିକ ବର୍ଷର କେନ୍ଦ୍ରୀୟ ବଜେଟ୍ ଉପସ୍ଥାପନ କରିବେ। ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଏହା ହେଉଛି ମୋଦୀ ସରକାରଙ୍କ ଶେଷ ପୂର୍ଣ୍ଣାଙ୍ଗ ବଜେଟ।
ତେବେ ୨୦୨୪ ନିର୍ବାଚନ ପୂର୍ବରୁ ଶେଷ ପୂର୍ଣ୍ଣାଙ୍ଗ ବଜେଟ ହୋଇଥିବାରୁ ସବୁ ବର୍ଗ ଙ୍କୁ ସନ୍ତୁଷ୍ଟ କରିବା ଭଳି କେନ୍ଦ୍ର ସରକାର ବଜେଟ ଆଣିପାରନ୍ତି ବୋଲି ପୂର୍ବତନ ଅର୍ଥ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ କହିଛନ୍ତି । ଏଥର ଚାଷୀ ମାନଙ୍କ ପାଇଁ ବଜେଟ ରେ ଅଧିକ ବ୍ୟୟ ବରାଦ କରିପାରନ୍ତି ନିର୍ମଳା, ଏପରିକି ଟିକସ ଆଦାୟ ବଢିଥିଲେ ମଧ୍ୟ ଋଣ ଭାର ମଧ୍ୟ ବଢିଛି । ତେଣୁ ଏହି ବଜେଟ ଋଣ ଭାରାକ୍ରାନ୍ତ ବଜେଟ ହେବ ବୋଲି କହିଛନ୍ତି l ବିଜେଡି ମଧ୍ୟ ବଜେଟ ରେ ଅନେକ ଆଶା ରଖିଛି lବିଜେପି କହିଛି ଚଳିତ ବର୍ଷ ବଜେଟ ସବୁ ବର୍ଗଙ୍କୁ ସୁହାଇଲା ଭଳି ହେବ l
ଏହି ଅଧିବେଶନରେ ଅନେକ ପ୍ରସଙ୍ଗରେ ମୋଦି ସରକାରଙ୍କୁ ଘେରିବା ପାଇଁ ରଣନୀତି ପ୍ରସ୍ତୁତ କରିଛନ୍ତି ବିରୋଧୀ ଦଳ । ବିବିସିର ମୋଦି ଡକ୍ୟୁମେଣ୍ଟାରୀ, ଅଦାନୀ ଗ୍ରୁପ ବିରୋଧରେ ଆସିଥିବା ଆର୍ଥିକ ଅନିୟମିତତା ଅଭିଯୋଗ,ଦରବୃଦ୍ଧି, ବେକାରୀ ସମସ୍ୟା ,ଚୀନ୍ ସହ ସୀମା ବିବାଦ, ଅର୍ଥବ୍ୟବସ୍ଥା ସହ ଅନ୍ୟ ପ୍ରସଙ୍ଗରେ ସରକାରଙ୍କୁ ଘେରିବେ ବିରୋଧି । ବଜେଟ ଅଧିବେଶନର ପ୍ରଥମ ପର୍ଯ୍ୟାୟ ଫେବ୍ରୁଆରୀ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ । ଦ୍ବିତୀୟ ପର୍ଯ୍ୟାୟ ୧୩ ମାର୍ଚ୍ଚରୁ ଆରମ୍ଭ ହୋଇ ୬ ଏପ୍ରିଲ୍ ପର୍ଯ୍ୟନ୍ତ ଚାଲିବ। ବଜେଟ୍ ଅଧିବେଶନରେ ମୋଟ ୨୭ଟି କାର୍ଯ୍ୟ ଦିବସ ରହିଛି। କଂଗ୍ରେସ ନେତା ଚୀନ୍ ଉପରେ ଆଲୋଚନା କରିବାକୁ ଚାହୁଁଥିବା ବେଳେ, ତୃଣମୂଳ କଂଗ୍ରେସ, ବାମଦଳ, ଆରଏସପି ସହ ଅନ୍ୟ ବିରୋଧୀ ଦଳ ମହଙ୍ଗା ବୃଦ୍ଧି, ବେକାରୀ, ଅର୍ଥବ୍ୟବସ୍ଥା ସହ ଜଡ଼ିତ ପ୍ରସଙ୍ଗ, କେନ୍ଦ୍ର-ରାଜ୍ୟ ସମ୍ପର୍କ ଆଦି ଉପରେ ସରକାରଙ୍କୁ ଘେରିବାକୁ ପ୍ରସ୍ତୁତ ହେଉଛନ୍ତି।
