ରାଜଧାନୀରୁ ଧଳା ଜହର ଜବତ, ମୁଖ୍ୟ ଅଭିଯୁକ୍ତ ଗିରଫ
ଭୁବନେଶ୍ୱର : ପୁଣି ରାଜଧାନୀରୁ ଧଳା ଜହର ଜବତ । ୨୦୦ ଗ୍ରାମ ବ୍ରାଉନସୁଗରର ଆନୁମାନିକ ମୂଲ୍ୟ ଦୁଇ ଲକ୍ଷ ଟଙ୍କା ହେବ । ସଲିଆ ସାହିରେ ଥିବା ଆଦିବାସୀ ସାହି ଅବକାରୀ ବିଭାଗ ଦ୍ଵାରା ଜବତ ହୋଇଛି । ଏହା ସହ ମୁଖ୍ୟ ଅଭିଯୁକ୍ତ ଗିରଫ ହୋଇଛି ।
ସୂଚନା ଯେ, ବିଶେଷ ସୂତ୍ରରୁ ଖବର ପାଇ ଅବକାରୀ ଫ୍ଲାଇଂ ସ୍କ୍ବାର୍ଡ ଗୁରୁବାର ସାଲିଆ ସାହିରେ ଚଢାଉ କରିଥିଲା। ଚଢାଉ ସମୟରେ ୨୦୦ ଗ୍ରାମର ବ୍ରାଉନସୁଗର ସମେତ ଜଣେ ବ୍ରାଉନସୁଗର ବେପାରୀ ଗିରଫ ହୋଇଥିବା ବେଳେ ଅନ୍ୟଜଣେ ଘଟଣାସ୍ଥଳରୁ ଖସିଯାଇଥିବା ଜଣାପଡ଼ିଛି।
