ଘରେ ପଶି ଗୁଳିମାଡ଼ : ସ୍ୱାମୀ ମୃତ, ସ୍ତ୍ରୀ-ପୁଅ ଗୁରୁ୍ତର
କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବବକରପୁରରେ ଅଭାବନୀୟ ଘଟଣା । ଦୁର୍ବୃତ୍ତ ମାନେ ଘରେ ପଶି ଗୁଳିମାଡ଼ କରିଛନ୍ତି । ଘଟଣା ସ୍ଥଳରେ ସ୍ୱାମୀଙ୍କର ମୃତ୍ୟୁ ହୋଇଥିବା ବେଳେ ସ୍ତ୍ରୀ-ପୁଅ ଗୁରୁ୍ତର । ମୃତକ ହେଲେ ଅରବିନ୍ଦ ମିଶ୍ର (୬୨) । ଗୁରୁତର ହେଲେ ଅରବିନ୍ଦଙ୍କ ସ୍ତ୍ରୀ ମୀନତି ମିଶ୍ର ଓ ପୁୁଅ ଶୁଭକେଶ ମିଶ୍ର (କାହ୍ନା) । ଗୁରୁତର ସ୍ତ୍ରୀ-ପୁଅଙ୍କୁ ଉଦ୍ଧାର କରାଯାଏ ମେଡିକାଲରେ ଭର୍ତ୍ତି କରାଯାଇଛି । ତିନିଜଣ ଦୁର୍ବୃତ୍ତ ଏଭଳି କାଣ୍ଡ ଭିଆଇଛନ୍ତି । ଦୁଇ ଜଣ ଦୁର୍ବୃତ୍ତଙ୍କୁ ଗ୍ରାମବାସୀ କାବୁ କରିଛନ୍ତି । କୌଶଳକ୍ରମେ ଗ୍ରାମବାସୀଙ୍କ କବଳରୁ ଜଣେ ଦୁର୍ବୃତ୍ତ ଖସିଯିବାରେ ସକ୍ଷମ ହୋଇଛି । ଗୁଳିକାଣ୍ଡର କାରଣ ଏବେସୁଦ୍ଧା ଅସ୍ପଷ୍ଟ ରହିଛି । ଏହି ଘଟଣାକୁ ନେଇ ସ୍ଥାନୀୟ ପୋଲିସ ତଦନ୍ତ ଆରମ୍ଭ କରିଛି ।
ସୂଚନା ଯେ, ଶନିବାର ଅପରାହ୍ନ ପ୍ରାୟ ୩ଟାରେ ୨ ଜଣ ଦୁୁର୍ବୃତ୍ତ ବବକରପୁର ଗାଁରେ ପହଞ୍ଚି ଥିଲେ । ସେମାନେ କାହ୍ନାଙ୍କ ଘର କେଉଁଠି ଅଛି ବୋଲି ଗାଁ ଲୋକଙ୍କୁ ପଚାରିଥିଲେ । ୨ ଦୁର୍ବୃତ୍ତ କାହ୍ନାଙ୍କ ଘରେ ପହଞ୍ଚିବା ପରେ ବାହାର ପଟୁ ଡାକିଥିଲେ । କାହ୍ନା ବାହାରକୁ ଆସିବାରୁ ଦୁର୍ବୃତ୍ତମାନେ ଗୁଳି ଫୁଟାଇଥିଲେ । ଘର ବାହାରେ ଭୀଷଣ ଶବ୍ଦ ଶୁଣି ବାପା ଅରବିନ୍ଦ ମିଶ୍ର ଓ ମା’ ମୀନତି ବାହାରି ଆସିଥିଲେ । ଉଭୟ ସ୍ୱାମୀ-ସ୍ତ୍ରୀ ମଧ୍ୟ ଦୁର୍ବୃତ୍ତଙ୍କର ଗୁଳିିର ଶିକାର ହୋଇଥିଲେ । ତେବେ ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ଅରବିନ୍ଦ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ମୀନତି ଓ କାହ୍ନା ଗୁରୁତର ହୋଇଛନ୍ତି । ଚିକିତ୍ସା ପାଇଁ ମା’ ଓ ପୁଅଙ୍କୁୁ କେନ୍ଦ୍ରାପଡ଼ା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । କିିନ୍ତୁ ସେମାନଙ୍କର ଅବସ୍ଥା ସଂକଟାପନ୍ନ ଥିବାରୁ ପରେ କଟକ ବଡ଼ମେଡିକାଲ ସ୍ଥାନାନ୍ତରିତ କରାଯାଇଛି । ଗୁଳିମାଡ଼ ପରେ ପଳାୟନ କରୁଥିବା ବେଳେ ୨ ଦୁର୍ବୃତ୍ତଙ୍କୁ ଗାଁ ଲୋକେ କାବୁ କରି ନିସ୍ତୁକ ମାଡ଼ ମାରିଛନ୍ତି । ରିପୋର୍ଟ ଲେଖାଯିବା ବେଳକୁ ପୁଲିସ ୨ ଜଣ ଦୁର୍ବୃତ୍ତଙ୍କୁ ଅଟକ ରଖି ପଚରାଉଚରା କରୁଛି । ଗାଁ ଲୋକଙ୍କ କହିବା ଅନୁସ।।ରେ ଦୁର୍ବୃତ୍ତମାନେ ୧୦ ରାଉଣ୍ଡ ଗୁଳି କରିଥିଲେ ।
