ବୁଷ୍ଟର ଡୋଜ ନେଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍
ୱାଶିଂଟନ୍ : ଆମେରିକାରେ ବ୍ୟାପକ ଟିକାକରଣ ଜାରି ରହିଛି । ବିଶେଷ କରି ବୁଷ୍ଟର ଡୋଜ ଉପରେ ଅଧିକ କେନ୍ଦ୍ରୀତ ରହୁଛି । ଏହାରି ମଧ୍ୟରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ କରୋନା ଟିକାର ବୁଷ୍ଟର ଡୋଜ ନେଇଛନ୍ତି । ସେ ଫାଇଜର ଟିକାର ବୁଷ୍ଟର ଡୋଜ ନେଇଥିବା ଗଣମାଧ୍ୟମର ରିପୋର୍ଟରୁ ଜଣାଯାଇଛି ।
ରିପୋର୍ଟ ଅନୁସାରେ ଆମେରିକାରେ ୬୫ ବର୍ଷରୁ ଅଧିକ ବୟସର ଲୋକଙ୍କୁ ଫାଇଜର ଟିକାର ବୁଷ୍ଟର ଡୋଜ ଦିଆଯାଇପାରିବ । କିଛି ସମୟ ପୂର୍ବରୁ ଫେଡରାଲ ରେଗୁଲେଟର ଏହାର ପ୍ରସ୍ତାବ ରଖିଥିଲେ । ଏହି କାରଣରୁ ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଫାଇଜରର ବୁଷ୍ଟର ଡୋଜ ଦିଆଯାଇଛି । ତାଙ୍କର ବୟସ ୭୮ । ବୁଷ୍ଟର ଡୋଜ ଲଗାଇବା ପୂର୍ବରୁ ବାଇଡେନ ଗଣମାଧ୍ୟମର ପ୍ରତିନିଧିଙ୍କୁ କହିଥିଲେ ଯେ, ସବୁଠାରୁ ଅଧିକ ଜରୁରୀ । ଅଧିକରୁ ଅଧିକ ଲୋକ ଟିକା ନିଅନ୍ତୁ । ସେ କହିଛନ୍ତି ଯେ, ପ୍ରଥମ ଓ ଦ୍ୱିତୀୟ ଡୋଜ ନେବା ପରେ ମଧ୍ୟ ସେ କୌଣସି ପାଶ୍ୱର୍ପ୍ରତିକ୍ରିୟା ଅନୁଭବ କରୁ ନାହାନ୍ତି ।
