ଦଶପଲ୍ଲାର ବିଭିନ୍ନ ବିଦ୍ୟାଳୟରେ ପୁସ୍ତକ ବଣ୍ଟନ ଓ ଶିକ୍ଷଣ ପରିପୂରଣ କାର୍ଯ୍ୟକ୍ରମ ଆରମ୍ଭ
ନୟାଗଡ : ପୂଜାଛୁଟି ପରେ ଆଜିଠାରୁ ବିଦ୍ୟାଳୟ ଖୋଲିଛି। ପ୍ରଥମ ଦିନରେ ପିଲାମାନଙ୍କୁ ବଣ୍ଟନ ହୋଇଛି ଶିକ୍ଷାର୍ଥୀ ଅଭ୍ଯାସ ପୁସ୍ତିକା। ତ୍ରୁତୀୟ ଶ୍ରେଣୀ ଠାରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନଙ୍କ ପାଇଁ ଆରମ୍ଭ ହୋଇଛି ଶିକ୍ଷକ ପରିପୂରଣ କାର୍ଯ୍ୟକ୍ରମ। ଓପେପାର ତତ୍ୱାବଧାନରେ ତଥା ଓକେସିଏଲ୍ ସହାୟତାରେ ଏହି କାର୍ଯ୍ୟକ୍ରମ ମାଧ୍ୟମରେ କରୋନା ସମୟରେ ପାଠପଢା କ୍ଷତି ଭରଣା କରାଯିବ ବୋଲି ବିଭାଗୀୟ ସୂତ୍ରରୁ ଜଣାପଡିଛି।
