ପୁରୀ ଅଠରନଳାରେ ବୋମା ମାଡ଼
ପୁରୀ : ପୁରୀ ଅଠରନଳାରେ ଦୁର୍ବୁତ୍ତଙ୍କ ଆତଙ୍କ। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଅଠରନଳାରେ ବୋମା ମାଡ଼ ହୋଇଛି । ନୃସିଂହ ନାୟକ ନାମକ ଜଣେ ବ୍ୟକ୍ତିଙ୍କ ଘର ଉପରକୁ ବୋମାମାଡ ହୋଇଛି। ବୋମା ମାଡରେ ଗୋଟିଏ ବୋଦାର ମୃତ୍ୟୁ ହୋଇଛି। ଖବର ପାଇ ଘଟଣାସ୍ଥଳରେ ସଦର ଥାନା ପୋଲିସର ପହଞ୍ଚି ତଦନ୍ତ ଚଳାଇଛି। ପୂର୍ବରୁ ସୁନାବେଶ ଦିନ ବିଳମ୍ବିତ ରାତିରେ ନୃସିଂହ ନାୟକଙ୍କ ଘର ଉପରକୁ ଦୁର୍ବୁତ୍ତ ବୋମା ମାଡ କରିଥିଲେ। ବୋମାମାଡ଼ରେ ନୃସିଂହ ଏବଂ ତାଙ୍କ ସ୍ତ୍ରୀ ଗୁରୁତର ହୋଇଛନ୍ତି । ଭୁବନେଶ୍ବରର ଏକ ଘରୋଇ ହସପିଟାଲରେ ତାଙ୍କର ଚିକିତ୍ସା କରାଯାଇଛି।
ସୂଚନା ଯେ, ଗତ ୧୬ ତାରିଖ ବିଳମ୍ବିତ ରାତିରେ ଅଠରନଳାରେ ହୋଇଥିବା ବୋମାମାଡ଼ ଘଟଣାରେ ବାବୁଆଙ୍କ ଭାଇ ନୃସିଂହ ଓରଫ ପାପା ନାୟକ ଓ ତାଙ୍କ ପତ୍ନୀ ପ୍ରଭାତୀ ନାୟକ ଗୁରୁତର ଆହତ ହୋଇ କଟକ ବଡ଼ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଏହି ବୋମାମାଡ଼ର ପ୍ରତିଶୋଧ ନେବାକୁ ଯାଇ ନୃସିଂହଙ୍କ ପୁଅ ପାଣ୍ଡା ଓରଫ ସଞ୍ଜୟ ନାୟକ ଓ ଅନ୍ୟମାନେ ମିଶି ସୁନୀଲର ସହଯୋଗୀ ମୁକୁନ୍ଦ ମିଶ୍ର ନଗରରେ ରହୁଥିବା ଅଜିତ ସାମନ୍ତରାୟକୁ ହାଣି ଦେଇଥିଲେ। ସେ ମଧ୍ୟ ଗୁରୁତର ଆହତ ହୋଇ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲା। ଏହି ଘଟଣାରେ ପୁଲିସ ସୁନୀଲର ସହଯୋଗୀ ଥେଣ୍ଟପୁରର ନିଲୁ ସ୍ବାଇଁକୁ ଗିରଫ ପରେ କୋର୍ଟଚାଲାଣ କରିଥିଲା। ମାତ୍ର ଏହି ବିବାଦ ଥମିନଥିଲା। ଆଜି ପୁନର୍ବାର ଏହି ବିବାଦ ଉଗ୍ରରୂପ ନେଇ ପୁଣି ୫ଟି ବୋମାମାଡ଼ ହୋଇଥିଲା। ତେଣୁ ସଦର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ବୋମାମାଡ଼ କିଏ କରିଛି, ସେନେଇ ତଦନ୍ତ ଚଳାଇଛି।
