ବୋମାଇ କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ
ବେଙ୍ଗାଲୁରୁ : ବାସବରାଜ ବୋମାଇ ହେବେ କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ। ବେଙ୍ଗାଲୁରୁରେ ବିଧାୟକ ଦଳ ବୈଠକରେ ବାଜିଲା ମୋହର। ୬୧ ବର୍ଷିୟ ବୋମାଇଙ୍କ ନାମରେ ବାଜିଲା ମୋହର। ବୈଠକରେ ବୋମାଇଙ୍କ ନାମ ପ୍ରସ୍ତାବ ଦେଇଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ୟେଦ୍ୟୁରପ୍ପା। ପର୍ଯ୍ୟବେକ୍ଷକ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ଭାବେ ବାସବରାଜ ବୋମାଇଙ୍କ ନାମ ଘୋଷଣା କରାଯାଇଛି। ୟେୁଦ୍ୟୁରପ୍ପାଙ୍କ ମନ୍ତ୍ରୀମଣ୍ଡଳରେ ଗୃହମନ୍ତ୍ରୀ ଥିଲେ ବୋମାଇ। ଆସନ୍ତାକାଲି ବାସବରାଜ ବୋମାଇ କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ବୋଲି ସୂଚନା ମିଳିଛି। ଲିଙ୍ଗାୟତ ସଂପ୍ରଦାୟର ବିଧାୟକଙ୍କୁ ବିଜେପି କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ କରିଛି। ବିଜେପି ବିଧାୟକ ଦଳ ବୈଠକରେ ବରିଷ୍ଠ ନେତା ବାସବରାଜ ବୋମାଇ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ହେବେ ବୋଲି ଘୋଷଣା କରାଯାଇଛି। ବିଧାୟକ ଦଳ ବୈଠକରେ କେନ୍ଦ୍ର ପର୍ଯ୍ୟବେକ୍ଷକ ଧର୍ମେନ୍ଦ୍ର ପ୍ରଧାନ, ଅରୁଣ ସିଂହ ଓ ଜି.କିଶନ ରେଡ୍ଡୀ ଉପସ୍ଥିତ ରହିଥିଲେ। କେନ୍ଦ୍ର ଶିକ୍ଷାମନ୍ତ୍ରୀ ତଥା ପର୍ଯ୍ୟବେକ୍ଷକ ଧର୍ମେନ୍ଦ୍ର ପ୍ରଧାନ ହିଁ ବାସବରାଜ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବୋଲି ସର୍ବସମ୍ମୁଖରେ ଆଜି ଘୋଷଣା କରିଛନ୍ତି।
ସୂଚନା ଯେ, ଗତ ୨୬ ତାରିଖ ଗତ ସୋମବାର ମୁଖ୍ୟମନ୍ତ୍ରୀ ବିଏସ୍ ୟେଦିୟୁପ୍ପା ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ ସେ ନେଇ କଳ୍ପନା ଜଳ୍ପନା ଜାରି ରହିଥିଲା । ତେବେ ମଙ୍ଗଳବାର ବେଙ୍ଗାଲୁରୁରେ ଅନୁଷ୍ଠିତ ବିଜେପି ବିଧାୟକ ଦଳ ବୈଠକରେ ବଶବରାଜ ବୋମାଇଙ୍କୁ ମୁଖ୍ୟମନ୍ତ୍ରୀ ଚେହେରା ଭାବେ ମନୋନୀତ କରାଯାଇଛି । ବିଧାୟକ ଦଳ ବୈଠକ ପୂର୍ବରୁ କେନ୍ଦ୍ରୀୟ ମନ୍ତ୍ରୀମାନେ ରାଜ୍ୟର ଅନେକ ନେତାଙ୍କ ସହିତ ସାକ୍ଷାତ କରିଥିଲେ । ବିଏସ୍ ୟେଦିୟୁରପ୍ପା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଜୀ କିଶନ ରେଡ୍ଡୀଙ୍କ ସହିତ ହୋଟେଲରେ ପହଞ୍ଚିଥିଲେ । ସେଠାରେ ବିଧାୟକ ଦଳ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ବଶବରାଜଙ୍କ ନାଁରେ ମୋହର ମରାଯାଇଥିଲା । ବିଧାୟକ ଦଳ ବୈଠକ ପୂର୍ବରୁ କର୍ଣ୍ଣାଟକ ସରକାରରେ ପୂର୍ବରୁ ଗୃହମନ୍ତ୍ରୀ ଥିବା ବଶବରାଜ ବୋମାଇ ଏବଂ ଜଗଦୀଶ ଶେଟ୍ଟାର ବିଜେପି ପର୍ଯ୍ୟବେକ୍ଷକ ଧର୍ମେନ୍ଦ୍ର ପ୍ରଧାନ ଏବଂ ଜୀ କିଶନ ରେଡ୍ଡୀଙ୍କୁ ସାକ୍ଷାତ କରିଥିଲେ । ପରେ ବିଧାୟକ ଦଳ ବୈଠକରେ ବଶବରାଜ ବୋମାଇଙ୍କୁ କର୍ଣ୍ଣାଟକର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବେ ମନୋନୀତ କରାଯାଇଛି ।
