ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟିଲା ବୋଲେରୋ
ଉଦଳା : ଉଦଳା-ବାରିପଦା ରାଜ୍ୟ ରାଜପଥର ଅଦାପାଳ ଛକ ନିକଟରେ ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟିଲା ବୋଲେରୋ । ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ।
ସୂଚନା ଯେ, ମଙ୍ଗଳବାର ଭୋର ସମୟରେ ବାରିପଦାରୁ ଉଦଳା ଅଭିମୁଖେ ଆସୁଥିବା ଏକ ବୋଲେରୋ (ନଂ. ଓଆର୦୧ଏମ-୮୦୯୮) ଅଦାପାଳ ନିକଟରେ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ବକୁ ଓଲଟି ପଡିଥିଲା । କିନ୍ତୁ ଗାଡି ଚାଳକ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ସେ ଗାଡ଼ିରୁ ସୁରକ୍ଷିତ ଭାବେ ବାହାରି ଯାଇଛନ୍ତି । ତେବେ ଗାଡି ଚଳାଇବା ସମୟରେ ଆଖି ଲାଗି ଯାଇଥିବାରୁ ଏଭଳି ଏକ ଅଘଟଣ ଘଟିଥିବା ନେଇ ସନ୍ଦେହ କରାଯାଉଛି । ପୋଲିସ ଦୁର୍ଘଟଣାଗ୍ରସ୍ତ ଗାଡିକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।
