ଓଲଟିଲା ଡଙ୍ଗା, ୫ ମତ୍ସ୍ୟଜୀବୀ ଉଦ୍ଧାର
ଜଗତସିଂହପୁର : ମହାନଦୀ ମୁହାଣ ନିକଟରେ ଏକ ବଡ଼ଧରଣର ଅଘଟଣ । ଢେଉ ମାଡ଼ରେ ଓଲଟିଲା ଡଙ୍ଗା । ମତ୍ସ୍ୟଜୀବୀ ମାନଙ୍କୁ ଉଦ୍ଧାର କରିଛି ମେରାଇନ ପୋଲିସ ।
ସମୁଦ୍ରରୁ ମାଛ ମାରି ପାରାଦ୍ଵୀପ ବାଲିପ୍ଲଟକୁ ଫେରୁଥିବା ବେଳେ ଡଙ୍ଗାଟି ଓଲଟି ପଡିଛି । ଡଙ୍ଗାଟି ଅସ୍ତରଙ୍ଗ ଅଞ୍ଚଳର ବୋଲି ଜଣାପଡିଛି । ତେବେ ଡଙ୍ଗାରେ ଥିବା ସମସ୍ତ ୫ ଜଣ ମତ୍ସ୍ୟଜୀବୀ ଉଦ୍ଧାର ହୋଇଛନ୍ତି ।
