ରୋଟାରୀ କ୍ଲବ୍ ତରଫରୁ ରକ୍ତଦାନ ଶିବିର
ଭୁବନେଶ୍ୱର : ରୋଟାରୀ କ୍ଲବ ଭୁବନେଶ୍ୱର ସେଂଟିନିଆଲ ଏବଂ ଏନ୍ଏମ୍ ଗ୍ରୁପ୍ ଅଫ୍ ଇନ୍ଷ୍ଟିଚ୍ୟୁଟର ମିଳିତ ସହଯୋଗରେ ଭୁବନେଶ୍ୱରସ୍ଥିତ ଏନ୍ଏମ୍ କଲେଜ ପରିସରେ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏନ୍ଏମ ଇନ୍ଷ୍ଟିଚ୍ୟୁଟର ଅଧ୍ୟକ୍ଷ ଅନ୍ୱେଷ ଦାସ, ରିଚା ପରିଡ଼ା, ରୋଟାରୀ ଡିଷ୍ଟ୍ରିକ୍ଟ-୩୨୬୨ର ୨୫/୨୬ ବର୍ଷର ଗଭର୍ଣ୍ଣର ରୋଟାରିୟାନ ମନୋଜ ତ୍ରିପାଠୀ, ବ୍ଲଡ଼ବ୍୍ୟାଙ୍କ ଅଫିସର ଦେବାଶିଷ ମିଶ୍ର ଏହି ରକ୍ତଦାନ ଶିବିରକୁ ଉଦ୍ଘାଟନ କରିଥିଲେ । କଲେଜର ଛାତ୍ରଛାତ୍ରୀ ଏବଂ ବହୁ ରୋଟାରିୟାନ ରକ୍ତଦାନ କରିଥିଲେ । ଏଥିରେ ମୋଟ ୮୦ ୟୁନିଟ୍ ରକ୍ତ ସଂଗୃହିତ ହୋଇଥିଲା । ସଂଗୃହିତ ରକ୍ତକୁ କ୍ୟାପିଟାଲ ବ୍ଲଡ଼ ବ୍ୟାଙ୍କକୁ ପ୍ରଦାନ କରାଯାଇଛି । କ୍ଲବର ସଭାପତି ଶିଶିର ମହାପାତ୍ର, ସମ୍ପାଦକ ଦେବାଶିଷ ଖଣ୍ଡୁଆଳ, ରୋଟାରିୟାନ ଶୁଭକାନ୍ତ ସାମନ୍ତସିିଂହାର, ଆଦନାନ ପ୍ରମୁଖ ରକ୍ତଦାନ କରିଥିଲେ । ଶେଷରେ କ୍ଲବ ତରଫରୁ ସମସ୍ତ ରକ୍ତଦାତାମାନଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା ।
