ମିତ୍ରସଙ୍ଘ ପକ୍ଷରୁ ରକ୍ତଦାନ ଶିବିର
ପୁରୀ : ମିତ୍ର ସଂଘ ତରଫରୁ ପବିତ୍ର ନେତାଜୀ ଜୟନ୍ତୀ ଓ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମ ତିଥିରେ ଏକ ରକ୍ତ ଦାନ ଶିବୀର ନବ କଳେବର ରୋଡ ସ୍ଥିତ ସ୍ୱାମୀ ବିବେକାନନ୍ଦ ବିଦ୍ୟାନିକେତନ ରେ ଅନୁଷ୍ଠିତ ହୋଇଯାଇଅଛି । ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାକ୍ରୀଡା ସଭାପତି ରବିନ୍ଦ୍ର ପ୍ରତିହାରି, ମୁଖ୍ୟ ବକ୍ତାଭାବେ କବିରାଜ ପ୍ରଧାନ ଯୋଗଦେଇ କାର୍ଯ୍ୟକ୍ରମ ଟିକୁ ସାଫଲ୍ୟ ମଣ୍ଡିତ କରିଥିଲେ । ଏଥିରେ ମିତ୍ର ସଂଘର ସଭାପତି ଶୁଭାଷିନୀ ଶତପଥୀ, ଉପଦେଷ୍ଟା ଅନନ୍ତ ଶତପଥୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏଥିରେ କପିଳେଶ୍ୱର ମହାପାତ୍ର, ରାଜୀବ କୁମାର ମହାପାତ୍ର, ଆଲୋକ ମହାନ୍ତି ,ବିକ୍ରମ, ଦିପକ୍, ସରୋଜ, ଗଣେଷ, ଜଗଜ୍ଜିତ ଓ ଶିବରାମ୍ ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମ ସମ୍ପାଦିତ କରିଥିଲେ । ଏଥିରେ ୪୦ ୟୁନିଟ୍ ରକ୍ତ ସଂଗ୍ରହ କରି ରକ୍ତ ଭଣ୍ଡାରକୁ ପ୍ରଦାନ କରା ଯାଇଥିଲା ।
