ରକ୍ତଦାନ ଶିବିର
କଟକ : ଓଡିଶା ମୋ ପରିବାର ଜୀବନବିନ୍ଦୁ ଆନୁକୂଲ୍ୟରେ ତେଲେଙ୍ଗାବଜାରସ୍ଥିତ ଚନ୍ଦ୍ରଶେଖର ମନ୍ଦିର ପ୍ରାଙ୍ଗଣରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମେୟର ସୁବାସ ସିଂହ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ କଟକ ନଗର ବିଜେପି ସଭାପତି ମଧୁସୂଦନ ସାହୁ, ପୂର୍ବତନ ମେୟର ତଥା କଟକ ଜିଲ୍ଲା ବିଜୁ ମହିଳା ଜନତା ଦଳ ସଭାପତି ଅନିତା ବେହେରା, କର୍ପୋରେଟର ତଥା ସିଏମସି ସ୍ୱାସ୍ଥ୍ୟ କମିଟି ଅଧ୍ୟକ୍ଷା ଦିପ୍ତିମୟୀ ମୁଳିଆ, କର୍ପୋରେଟର ବନଲତା ପ୍ରଧାନ ପ୍ରମୁଖ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ । ଏହି ଶିବିରରୁ ମୋଟ ୪୦ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା । ଲଲାଟେନ୍ଦୁ ମହାପାତ୍ର, ପ୍ରଦୀପ୍ତ ସେଠୀ, ବିକାଶ ଦାସ, ପ୍ରଦୀପ୍ତ ମହାପାତ୍ର, ଦେବେନ୍ଦ୍ର ଚକ୍ରବର୍ତ୍ତୀ, ଦୀପକ ବେହେରା, ମିନାକ୍ଷୀ ପ୍ରଧାନ, ସୁମିତ୍ରା ନନ୍ଦ, ସୁପ୍ରିୟା ପଣ୍ଡା, ଶାନ୍ତିଲତା ମହାନ୍ତି, ସଂଯୁକ୍ତା ଦାଶ, ଅମ୍ବିକା ଭୁୟାଁ, ଅରୁନ୍ଧତି ନାୟକ, ନୟନା ବିଶ୍ୱାଳ, ତନ୍ମୟା ରାୟ, ଅନିଲ ସାହୁ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
