ଭାରତ-ଅଷ୍ଟ୍ରେଲିଆ ଦ୍ଵିତୀୟ ଦିନିକିଆ ଉପରେ ବର୍ଷାର କଳା ବାଦଲ, ଜାଣନ୍ତୁ କଣ ରହିଛି ପାଣିପାଗ
ବିଶାଖାପଟନମ : ଆଜି ଭାରତ-ଅଷ୍ଟ୍ରେଲିଆ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳାର ଦ୍ୱିତୀୟ ମୁକାବିଲା । ବିଶାଖାପଟନମରେ ଖେଳାଯିବ ଏହି ମ୍ୟାଚ୍ । ମାତ୍ର ଦ୍ଵିତୀୟ ଦିନିକିଆ ଉପରେ ବର୍ଷାର କଳା ବାଦଲ ଛାଇ ଯାଇଛି। ଆସନ୍ତୁ ଜାଣିବା କଣ ରହିଛି ବିଶାଖାପଟନମର ପାଣିପାଗ
ଭାରତର ଅନେକ ରାଜ୍ୟରେ ପାଣିପାଗରେ ଅଚାନକ ପରିବର୍ତ୍ତନ ଆସିଛି। ଗରମ ସମୟରେ ଦିଲ୍ଲୀ, ମଧ୍ୟ ପ୍ରଦେଶ ଏବଂ ଆନ୍ଧ୍ର ପ୍ରଦେଶ ସମେତ ଅନେକ ରାଜ୍ୟର କିଛି ସହୟରେ ପ୍ରବଳ ବର୍ଷା ହୋଇଛି। ବିଶାଖାପଟନମରେ ମଧ୍ୟ ପାଣିପାଗ ଠିକ୍ ଏହି ପରି ରହିଛି। ରବିବାର ଏଠାରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ଆକ୍ଵେଦର ଅନୁଯାୟୀ, ରବିବାର ବିଶାଖାପଟନମରେ ୮୦ ପ୍ରତିଶତ ବର୍ଷା ହେବାର ଆଶଙ୍କା ରହିଛି ଏବଂ ଦିନସାରା ବାଦଲ ଛାଇ ରହିବ। ବିଶେଷ କରି ରବିବାର ସକାଳେ ବର୍ଷାର ଆଶଙ୍କା ଅଧିକ ରହିଛି। ଏମିତିରେ ପଡିଆ ଅଦା ହେଲେ ଟସ୍ରେ ବିଳମ୍ବ ବି ଘଟିପାରେ। ପୁଣି ଅପରାହ୍ନ ୪ଟାରୁ ସନ୍ଧ୍ୟା ୬ଟା ମଧ୍ୟରେ ଭୀଷଣ ବର୍ଷା ହେବାର ଆଶଙ୍କା ରହିଛି। ସନ୍ଧ୍ୟା ୫ଟାରେ ପ୍ରାୟ ୫୧ ପ୍ରତିଶତ ବର୍ଷା ହେବାର ସମ୍ଭାବନା ରହିଛି। ଏମିତି ହେଲେ ମ୍ୟାଚ୍ରେ ଓଭର ସଂଖ୍ୟା କମିପାରେ।
ସୂଚନା ଯେ, ପ୍ରଥମ ଦିନିକିଆକୁ ଭାରତ ଚମତ୍କାର ଢଙ୍ଗରେ ଜିତିଛି। ମୁମ୍ବାଇର ଓ୍ଵାଙ୍ଖଡେରେ ଖେଳାଯାଇଥିବା ମୁକାବିଲାକୁ ୫ ଓ୍ଵିକେଟ୍ରେ ଜିତି ଭାରତ ଶୃଙ୍ଖଳାରେ ୧-୦ରେ ଆଗୁଆ ରହିଛି।
