ବିଜେଡିର ୨୬ ତମ ପ୍ରତିଷ୍ଠା ଦିବସ ପାଳିତ
ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଅଧିନ ଶ୍ରୀ କଲ୍ୟାଣୀ ମଣ୍ଡପ ଠାରେ ନବରଙ୍ଗପୁର ନିର୍ବାଚନ ମଣ୍ଡଳୀର ବିଜେଡିର ୨୬ ତମ ପ୍ରତିଷ୍ଠା ଦିବସ ପାଳନ କରାଯାଇଛି l ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମରେ ଶ୍ରୀ ତାପସ ତ୍ରୀପାଠୀ ଙ୍କ ମଞ୍ଚ ପରିଚାଳନାରେ ପ୍ରତିଷ୍ଠା ଦିବସ ପାଳିତ ହୋଇ ଯାଇଛି l ମୁଖ୍ୟ ଅତିଥି ଭାବେ ନବରଙ୍ଗପୁର ସାଂସଦ ଶ୍ରୀ ରମେଶ ମାଝୀ ଯୋଗ ଦେଇଥିବା ବେଳେ ସମ୍ମାନୀୟ ଅତିଥି ଭାବେ ଯୋଗ ଦେଇଥିଲେ ଡାବୁଗାଁ ବିଧାୟକ ମନହର ରନ୍ଧାରୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ମୋତିରାମ ନାୟକ, ନବରଙ୍ଗପୁର ପର୍ଯ୍ୟବେକ୍ଷକ ଇଶ୍ଵର ପାଣିଗ୍ରାହୀ, ସହ ପର୍ଯ୍ୟବେକ୍ଷକ ଦେବାଶିଷ ପାତ୍ର ଯୋଗ ଦେଇଥିଲ l ନବୀନ ସରକାର ଦୀର୍ଘ 23 ବର୍ଷ ହେଲା ରାଜ୍ୟ ଶାସନ କରିଥିବା କହିବା ସହିତ ରାଜ୍ୟସରକାର ଙ୍କ ଯୋଜନା ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ବିଭିନ୍ନ ଯୋଜନା କରିଥିବା କହିଛନ୍ତି ଅତିଥି ଗଣ l ରାଜ୍ୟ ସରକାର ଙ୍କ ଯୋଜନା ଗୁଡିକ ସମସ୍ତ ଲୋକ ଙ୍କ ପାଖରେ ଖବର ପହଁଚିବା ଆବ୍ୟଶକ ଅଛି ବୋଲି ଅଭିଭାଷଣ କହିଥିଲେ l ଅନ୍ୟ ପଟେ ନନ୍ଦାହାଣ୍ଡି ସାଂସଦ ପ୍ରତିନିଧି ସୁନୀଲ ସାହୁ କହିଛନ୍ତି ଚଳିତ ମାସ ଠାରୁ ଡିସେମ୍ବର ମାସ ପର୍ଯ୍ୟନ୍ତ ଟଙ୍କାଖିଆ ଫ୍ରି ଚାଉଳ ଘୋଷଣା କରିଛନ୍ତି ନବୀନ ସରକାର ବୋଲି ପ୍ରକାଶ କରିଛି l ସାଂସଦ ରମେଶ ମାଝୀ କହିଛନ୍ତି ପ୍ରଥମେ ପୁରୀରେ ୨୬ ତମ ପ୍ରତିଷ୍ଠା ଦିବସ ପାଳନ କରାଯାଇଥିଲା ଏବଂ ସମସ୍ତ ନିର୍ବାଚନ ମଣ୍ଡଳୀ ରେ ପ୍ରତିଷ୍ଠା ଦିବସ ପାଳନ କରିବା ସହିତ ୨୦୨୪ ନିର୍ବାଚନ ଆଗକୁ ଥିବାରୁ କର୍ମୀ ମାନଙ୍କୁ ନେଇଁ ରୋଡ଼ମେଫ କରାଯିବ ବୋଲି କହିଥିଲେ l ଏହି ଆୟାଜିତ କାର୍ଯ୍ୟକ୍ରମ ରେ ବିଜେଡି ଦଳର ଶହ ଶହ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ । ସମସ୍ତ ପଂଚାୟତ ରୁ ଶତାଧିକ ବିଜେଡି ନେତା କର୍ମୀ ଓ ନିର୍ବାଚିତ ଲୋକ ପ୍ରତିନିଧି ମାନେ ଯୋଗ ଦେଇଥିଲେ।
