ବିଜେପିର ସିଏମସି ମେୟର ପ୍ରାର୍ଥୀ ଶ୍ରୀତମ ଦାସ
ଭୁବନେଶ୍ୱର : ରାଜ୍ୟରେ ପୌର ନିର୍ବାଚନକୁ ନେଇ ପ୍ରସ୍ତୁତି ଆରମ୍ଭ ହୋଇସାରିଛି । ବିଜେପିର କଟକ ମହାନଗର ନିଗମ (ସିଏମସି)ମେୟର ପଦବୀ ପାଇଁ ପ୍ରାର୍ଥୀ ଘୋଷଣା ହୋଇଛି । ଅଭିନେତା ଶ୍ରୀତମ ଦାସଙ୍କୁ ବିଜେପି ପକ୍ଷରୁ କଟକ ମେୟର ପ୍ରାର୍ଥୀ ଘୋଷଣା କଲେ କଟକ ନଗର ବିଜେପି ସଭାପତି ।
ଏହା ପୂର୍ବରୁ ବିଧିବଦ୍ଧ ଭାବେ ବିଜେଡି ମେୟର ପଦବୀ ପାଇଁ ପ୍ରାର୍ଥୀ ଘୋଷଣା କରିଥିଲା । ଭୁବନେଶ୍ୱର ପାଇଁ ସୁଲୋଚନା ଦାସ ,ବ୍ରହ୍ମପୁର ପାଇଁ ସଂଘମିତ୍ରା ଦଳେଇ ଓ କଟକ ପାଇଁ ସୁବାସ ସିଂଙ୍କ ନାମ ଘୋଷଣା କରାଯାଇଥିଲା । ପୂର୍ବରୁ କଂଗ୍ରେସ ମଧ୍ୟ ନିଜର ପ୍ରାର୍ଥଙ୍କ ନାମ ଘୋଷଣା କରିସାରିଛି । ଭୁବନେଶ୍ୱର ମେୟର ପଦବୀ ପାଇଁ କଂଗ୍ରେସର ପ୍ରାର୍ଥୀ ହୋଇଛନ୍ତି ମଧୁସ୍ମିତା ଆଚାର୍ଯ୍ୟ ।
