ଭାଜପା ଯୁବମୋର୍ଚ୍ଚା ପକ୍ଷରୁ ଗଣବିକ୍ଷୋଭ ସହ ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ
ବାଲେଶ୍ୱର : ବାଲେଶ୍ୱର ସହର ଫାଣ୍ଡି ଛକ ଠାରେ ରାଜ୍ୟ ଯୁବମୋର୍ଚ୍ଚା ଉପ-ସଭାପତି ମାନସ କୁମାର ଦତ୍ତଙ୍କ ନେତୃତ୍ୱରେ ଭାଜପା ଯୁବମୋର୍ଚ୍ଚା ପକ୍ଷରୁ ଭାଜପା ଯୁବମୋର୍ଚ୍ଚା କାର୍ଯ୍ୟକର୍ତ୍ତା ଶାନ୍ତିପୂର୍ଣ୍ଣ ଭାବେ ବିଧାନସଭା ଘେରାଓ କରୁଥିବା ବେଳେ ପୋଲିସର ବର୍ବରତା ସୀମା ଅତିକ୍ରମ କରି ବହୁ କାର୍ଯ୍ୟକର୍ତ୍ତାଙ୍କ ଉପରେ ମିଛ ମାମଲା ଦାଏର କରି ଗିରଫ କରିଥିବା ପ୍ରତିବାଦରେ ଗଣବିକ୍ଷୋଭ ସହ ଅପାରଗ ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କରାଯାଇଛି ।

ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପ୍ରତିବାଦରେ ଯୁବମୋର୍ଚ୍ଚାର ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ବେଳେ ଭାଜପା କାର୍ଯ୍ୟକର୍ତ୍ତାଙ୍କ ଉପରେ ପୋଲିସ ନିର୍ମମ ମାଡ଼ ମାରିଥିଲା । ଏହି ଆନ୍ଦୋଳନରେ ବିଜେଡିର କିଛି ଗୁଣ୍ଡା ମାନେ ଗଣ୍ଡଗୋଳ କରିବା ସହ ଭାଜପା କାର୍ଯ୍ୟକର୍ତ୍ତାଙ୍କୁ ମାଡ଼ ମାରିଥିଲେ । ଦୁଃଖର ବିଷୟ ସେହି ଗୁଣ୍ଡାଙ୍କ ବିରୋଧରେ ରାଜଧାନୀର ପୋଲିସ ନିକଟରେ ଅଭିଯୋଗ କରାଯାଇଥିଲେ ମଧ୍ୟ ଏ ଯାଏଁ ପୋଲିସ ଅଭିଯୋଗ ରଖି ନାହିଁ । ଅଥଚ ଶାସକ ଦଳର ଇଙ୍ଗିତରେ ପୋଲିସ ଯୁବମୋର୍ଚ୍ଚାର ସଭାପତିଙ୍କ ସମେତ ଅନେକ କାର୍ଯ୍ୟକର୍ତ୍ତାଙ୍କୁ ପୋଲିସ ଅମାନୁଷିକ ଅତ୍ୟାଚାର କରିବା ସହ ରାତି ଅଧରେ ସଙ୍ଗୀନ ମିଛ ଦଫା ଲଗାଇ ଜେଲ ପଠାଇଛି । ଏପରିକି ସେମାନଙ୍କୁ ଦେଖା କରିବାକୁ ଯାଇଥିବା ଅନେକ କାର୍ଯ୍ୟକର୍ତ୍ତାଙ୍କୁ ମଧ୍ୟ ଗିରଫ କରିଛି । ଏହା ପୋଲିସର ମିଥ୍ୟା ଅଭିଯୋଗର ନଗ୍ନ ନମୁନା । ଶାସକ ଦଳ ପୋଲିସ ପ୍ରଶାସନକୁ ନିଜ ହାତବାରିସୀ କରିସାରିଛି । ଓଡ଼ିଶା ପୋଲିସ ରାଜ୍ୟରେ ବାରମ୍ବାର ହିଂସାତ୍ମକ କାର୍ଯ୍ୟରେ ସମ୍ପୃକ୍ତ ଥିବା ନେତାଙ୍କୁ ଘଣ୍ଟ ଘୋଡ଼ାଇ ରଖୁଥିବା ବେଳେ ନ୍ୟାୟ ପାଇଁ ଲଢ଼େଇ କରୁଥିବା ବ୍ୟକ୍ତିଙ୍କ ଉପରେ ଅତ୍ୟାଚାର କରୁଛି ଯାହା ଗଣତନ୍ତ୍ର ପାଇଁ ଶୋଭନୀୟ ନୁହଁ ବୋଲି ଶ୍ରୀ ଦତ୍ତ ପରିପ୍ରକାଶ କରିଛନ୍ତି । ପରେ ଯୁବମୋର୍ଚ୍ଚା କାର୍ଯ୍ୟକର୍ତ୍ତାମାନେ ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲା । ଜିଲା ଭାଜପା ଯୁବମୋର୍ଚ୍ଚା ସଭାପତି ରାଜେଶ ମହାପାତ୍ର, ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ ଓ ଗୋବିନ୍ଦ ଦାସ, ପୂର୍ବତନ ଜିଲା ଉପ-ସଭାପତି ଗଙ୍ଗାଧର ରାଉତ, ନଗର ସଭାପତି ଚିତ୍ତରଞ୍ଜନ ପଣ୍ଡା, ପୂର୍ବତନ ନଗର ସଭାପତି ସୀତାକାନ୍ତ ସ୍ୱାଇଁ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶୁଭଙ୍କର ମହାପାତ୍ର, ରାଜେନ୍ଦ୍ର ଚାଟାର୍ଜୀ, ମଣ୍ଟୁ ପେରିୱାଲ, ମୁନା ମହନ୍ତ, ସୌଭାଗ୍ୟ ମାନସ ନାୟକ, ଉମେଶ ବେହେରା, ଅରୁପ ଜେନା, ସର୍ବେଶ୍ୱର ବୁଗୁଡ଼ାଇ, ଖଗେନ୍ଦ୍ର ନାୟକ, ଅଭୟ ସ୍ୱାଇଁ, ଅବିନାଶ ସେଠୀ, ସଞ୍ଜୀବ ପ୍ରଧାନ, ପ୍ରଶାନ୍ତ ପରିଡ଼ା, ପ୍ରହଲ୍ଲାଦ ଦାସ, ଅନିଲ ମହାନ୍ତି, ସସ୍ମିତା ଶୁକ୍ଳା, ମହୁଆ ପ୍ରଧାନ, ସସ୍ମିତା ଚାନ୍ଦ, ପ୍ରତାପ ପ୍ରଧାନ, ଶକ୍ତିଶଙ୍କର ପାଣିଗ୍ରାହୀ, ଜିତେନ୍ଦ୍ର ଷଡ଼ଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ ।
