ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ୫ଟି ନିର୍ବାଚନ ମଣ୍ଡଳୀ ପାଇଁ ପ୍ରଭାରୀ ଓ ସଂଯୋଜକ ନିଯୁକ୍ତ
କେନ୍ଦ୍ରାପଡ଼ା : କେନ୍ଦ୍ରାପଡା ଜିଲା ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ୫ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ପ୍ରଭାରୀ ଓ ସଂଯୋଜକ ନିଯୁକ୍ତ କରାଯାଇଛି । ଜିଲ୍ଲା ସଭାପତି କିଶୋର କୁମାର ପଣ୍ଡା ଓ ଜିଲା ଯୁବ ମୋର୍ଚ୍ଚା ପ୍ରଭାରୀ ଅଭିମନ୍ୟୁ ଗୋଛାୟତଙ୍କ ସୁପାରିଶ କ୍ରମେ ଯୁବମୋର୍ଚ୍ଚା ଜିଲ୍ଲା ସଭାପତି ବିନ୍ଦୁ ସାଗର ଦାସ ଘୋଷଣା କରିଛନ୍ତି । ପାଟକୁରା ନିର୍ବାଚନ ମଣ୍ଡଳୀ ପାଇଁ କ୍ରିଷ୍ଣପ୍ରଦ ମଣ୍ଡଳ ପ୍ରଭାରୀ ଓ ତେଜେଶ୍ୱର ମଲ୍ଲ ସଂଯୋଜକ, ଆଳି ନିର୍ବାଚନ ମଣ୍ଡଳୀ ପାଇଁ ମାନସ ରଞ୍ଜନ ଦାସ ପ୍ରଭାରି ଓ ବରାହ ପଣ୍ଡା ସଂଯୋଜକ, କେନ୍ଦ୍ରାପଡା ନିର୍ବାଚନ ମଣ୍ଡଳୀ ପାଇଁ ରତୀ ରଞ୍ଜନ ଜେନା ପ୍ରଭାରୀ ନିର୍ମଳ ନାୟକ ସଂଯୋଜକ । ରାଜନଗର ନିର୍ବାଚନ ମଣ୍ଡଳୀ ପାଇଁ ନିହାର ରଞ୍ଜନ ସ୍ୱାଇଁ ପ୍ରଭାରୀ ଓ କ୍ରିଷ୍ଣା ବେହେରା ସଂଯୋଜକ, ମହାକାଳପଡା ପାଇଁ ସୋଭନ ଆଚାର୍ଯ୍ୟ ପ୍ରଭାରୀ ଓ ମାନସ ରଞ୍ଜନ ଦାସ (ମହାକାଳପଡା) ସଂଯୋଜକ ଭାବେ ନିଯୁକ୍ତ ହୋଇଛନ୍ତି ।
