୯ରେ ବିଧାନସଭା ଘେରାଉ କରିବ ବିଜେପି ଯୁବମୋର୍ଚ୍ଚା
ଭୁବନେଶ୍ୱର : ରାଜ୍ୟ ବିଜେପି ଯୁବ ମୋର୍ଚ୍ଚା ଆସନ୍ତା ୯ତାରିଖ ଦିନ ହଜାର ହଜାର ସଂଖ୍ୟାରେ ଯୁବକଙ୍କୁ ନେଇ ବିଧାନସଭା ଘେରାଉ କରିବ । ଯେପର୍ଯ୍ୟନ୍ତ ଗୃହରାଷ୍ଟ୍ର ମନ୍ତ୍ରୀଙ୍କୁ ମନ୍ତ୍ରୀମଣ୍ଡଳରୁ ବହିଷ୍କାର ସହ ଗିରଫ କରାଯାଇନାହିଁ, ଯୁବମୋର୍ଚ୍ଚା ଆନ୍ଦୋଳନକୁ ଆହୁରି ତୀବ୍ରତର କରିବ । ମମିତା ମେହେରଙ୍କୁ ନ୍ୟାୟ ଦେବା, ରାଜ୍ୟ ସରକାର ଯେପର୍ଯ୍ୟନ୍ତ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇନାହାନ୍ତି, ସେ ପର୍ଯ୍ୟନ୍ତ ଯୁବ ମୋର୍ଚ୍ଚା ଆନ୍ଦୋଳନ ଜାରି ରଖିବ ବୋଲି ରାଜ୍ୟ ବିଜେପି ଯୁବ ମୋର୍ଚ୍ଚା ସଭାପତି ଇରାଶିଷ ଆଚାର୍ଯ୍ୟ ସୂଚନା ଦେଇଛନ୍ତି ।
ମମିତା ମେହେର ହତ୍ୟାକାଣ୍ଡ ଏକ ଗଣତନ୍ତ୍ର ରାଜ୍ୟରେ ବିରଳ ଉଦାହରଣ । ପ୍ରଥମରୁ ରାଜ୍ୟ ସରକାର ଏବଂ ପୋଲିସ ବିଭାଗ ଦୋଷୀକୁ ସୁରକ୍ଷା ଦେବା ପାଇଁ ଚେଷ୍ଟା ଚଳାଇଛନ୍ତି । ତଦନ୍ତ ନକରି ନିଜେ ଏହି ମାମଲାରେ ଜଡ଼ିତ ଥିବା ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ପ୍ରମାଣ ମାଗିଛନ୍ତି । ବିରୋଧୀଙ୍କ ଏତେ ଆନ୍ଦୋଳନ କରିବା ସତ୍ତ୍ବେ ସରକାର ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ସୁରକ୍ଷା ଦେଉଛନ୍ତି ସରକାର ।
